ଜୁଲାଇ ୧୨ ଓ ୧୩ ତାରିଖରେ ସମ୍ବଲପୁରରେ ହେବ ପ୍ରଥମଥର ପାଇଁ ଜାତୀୟ କବି ସମ୍ମିଳନୀ


ସମ୍ବଲପୁର:ତା.୨୨/୦୬(ବିଏମସିଟିଭି ଓଡିଆ)



ଆସନ୍ତା ଜୁଲାଇ ୧୨ ଓ ୧୩ ତାରିଖ ଦୁଇଦିନ ଧରି ‘କଲମ’ ପରିବାର ଟ୍ରଷ୍ଟ ସମ୍ବଲପୁର ଓ ଆସାମର ‘ଆଜିର୍ କବିତା’ ଅନୁଷ୍ଠାନର ମିଳିତ ସହଯୋଗରେ ଜାତୀୟ କବି ସମ୍ମିଳନୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏଥିରେ ଆସାମ, ତ୍ରିପୁରା, କୋଲକାତା ଓ ଦିଲ୍ଲୀରୁ ୫୦ ଜଣ କବି ଓ ଲେଖକ ଯୋଗଦାନ କରିବେ। ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏ ନେଇ କଲମ ପରିବାର ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଛି। ସୂଚନାନୁସାରେ ସମ୍ବଲପୁରରେ ପ୍ରଥମ କରି ଏଭଳି ଏକ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। କବିତା ପାଠ ପାଇଁ ଚଳିତ ମାସ ୩୧ ତାରିଖ ସୁଦ୍ଧା କବି ଓ କବୟିତ୍ରୀ ସେମାନଙ୍କ ସମ୍ବଲପୁରୀ କବିତା ସାଧା କାଗଜରେ ଲେଖି ଦାଖଲ କରିବାକୁ ଅନୁରୋଧ କରାଯାଇଛି।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *