ବୋଲଗଡ଼ ; ତା-୦୫/୦୩ (ବିଏମସି ଟିଭି ଓଡ଼ିଆ )
ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ବିଶିଷ୍ଟ ପାଲା ଗାୟକ ଗୋପୀନାଥ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ଦିନ ଗୋପୀନାଥ ବେହେରା ସ୍ମୃତି ସଂସଦ ଓ ମା ବରୁଣେଇ ମଣ୍ଡଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ବର୍ଗତ ବେହେରାଙ୍କର ସଂପୁରସ୍ଥିତ ବାସଭାବଠାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ପରିଷଦର ସଭାପତି ଶ୍ୟାମସୁନ୍ଦର
ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପରିଷଦର ସଂପାଦକ ମିହିର କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟବକ୍ତା,
ପାଞ୍ଚଗଡ଼ ସୃଜନଶୀଳ ସମିତିର ଉପସଭାପତି ନିରଞ୍ଜନ ନାୟକ ଓ
ପାଲାଗାୟକ ଦାଶରଥୀ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀଆଚାର୍ଯ୍ୟ କହିଥିଲେ “ସ୍ବର୍ଗତ ବେହେରାଙ୍କ ଅନୁପସ୍ଥିତି ଯୋଗୁଁ ଉପରୋକ୍ତ ପାଲାଗାୟକ ପରିଷଦ ମୁରବିହୀନ ହୋଇପଡିଛି । ମୁଖ୍ୟବକ୍ତା ଶ୍ରୀସ୍ୱାଇଁ ବ୍ୟକ୍ତ କରିଥିଲେ “ବିଦ୍ୟାଳୟରେ ସ୍ବର୍ଗତ ବେହେରାଙ୍କ ପ୍ରଶାସନ ଏବଂ ତାଙ୍କର ପାଲା ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପାଲାଗାୟକ ବ୍ରଜ କିଶୋର ବେହେରା, ମୂରଲୀଧର ବେହେରା, ଦିଲ୍ଲୀପ କୁମାର ବିଶ୍ୱାଳ, ସ୍ବର୍ଗତ ବେହେରାଙ୍କ ସହକର୍ମୀ ନିରଞ୍ଜନ ରଥ ଓ ପୂର୍ଣଚନ୍ଦ୍ର ମିଶ୍ର,ପ୍ରିୟ ଛାତ୍ର ମହେଶ୍ବର ମହାରଣା ଉପସ୍ଥିତ ରହି ତାଙ୍କର ଗୁଣ ଗାନ କରିଥିଲେ । ସ୍ବର୍ଗତ ବେହେରା ଥିଲେ ପାଞ୍ଚଗଡ଼ ସୃଜନଶୀଳ ସମିତିର ଉପଦେଷ୍ଟା, ସରଳ, ମେଳାପୀ, ସଚ୍ଚରିତ୍ର, ନିରଳସ, କର୍ତ୍ତବ୍ୟନିଷ୍ଟ, ଧର୍ମ ପରାୟଣ ଓ ଛାତ୍ରବତ୍ସଳ।

ଗୋପୀନାଥ ବେହେରା ସ୍ମୁତି ସଂସଦ ସହାୟତାରେ ହରିରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ସୁବୁଦ୍ଧି, ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଓ ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ନିଜ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ୨୦ ଜଣ ପ୍ରରିଯୋଗୀଙ୍କୁ ସ୍ମୁତିଚାରଣ ସଭାରେ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ପବିତ୍ର ମୋହନ ବେହେରା ଓ ରବୀନ୍ଦ୍ର କୁମାର ବେହେରା ସହଯୋଗ କରିଥିଲେ ।
ପରିଶେଷରେ ସ୍ମୃତି ପରିଷଦର ସଂପାଦକ ଆଦିତ୍ୟ ପ୍ରସାଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଏମସି ନ୍ଯଜ ଓଡିଶା
.