ଦଶପଲ୍ଲା ରୁ ପ୍ରଥମ ପର୍ଯ୍ୟାୟ ରଥ କାଠପହଁଚିଲା ନୟାଗଡ଼ ରେ, ଜଗନ୍ନାଥ ମନ୍ଦିର ଠାରେ ପୂଜା ପରେ ଗଲା ପୁରୀ ରଥ ଖଳା କୁ ।

ନୟାଗଡ  ; ତା-୨୯/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ପୁରୀକୁ ପଠାଯାଇଛି । ପରମ୍ପରା ଅନୁଯାୟୀ ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ପ୍ରଥମେ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ଆଜି 12ଘଟିକା ସମୟ ରେ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ପୁରୀ ଶ୍ରୀମନ୍ଦିର ରଥଖଳାକୁ ପଠାଯାଇଛି ।ଆଜି ପ୍ରଥମ ପ୍ରର୍ଯ୍ୟାୟରେ ୩ଟି ଟ୍ରକ ଯୋଗେ ୧୦୧ ଖଣ୍ଡ ଅଶନ,ଧଉରା କାଠ ପଠାଯାଇଛି ।

ସେଥିମଧ୍ୟରୁ ୪୮ଖଣ୍ଡ ଅସନ ଏବଂ ୫୩ଖଣ୍ଡ ଧଉରା ପ୍ରଥମ ପର୍ଯ୍ୟାୟରେ ପୁରୀ ରଥଖଳାକୁ ପଠାଯାଇଛି । ସୂଚନା ଯୋଗ୍ୟ ଯେ,ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରା ନିମନ୍ତେ ସମୁଦାୟ ୮୬୫ଖଣ୍ଡ ଅସନ,ଧଉରା,ସିମିଳି ଏବଂ ଫାଶିକାଠ ଆବଶ୍ୟକତା ଥିଲା ବେଳେ ଗତବର୍ଷ ୫୧ଖଣ୍ଡ କାଠ ବଳକା ରହିଛି । ଅବଶିଷ୍ଟ ୮୧୪ଖଣ୍ଡ କାଠ ନୟାଗଡ଼ ଜଙ୍ଗଲ ଡ଼ିଭିଜନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୩୯୬ଖଣ୍ଡ କାଠ କଟକ ଖପୁରିଆରେ ଥିବା କରତ କଳକୁ ପଠାଯିବ । ବାକି ୪୧୮ଖଣ୍ଡ କାଠ ପୁରୀର ଶ୍ରୀରଥଖଳାକୁ ପଠାଯିବ । ଶ୍ରୀପଞ୍ଚମୀ ପୂର୍ବରୁ ସମସ୍ତ କାଠ ଶ୍ରୀରଥଖଳାରେ ପହଞ୍ଚିବା ସହିତଅକ୍ଷୟ ତୃତୀୟା ରେ ରଥ କାଠ ଅନୁକୂଳ ହେଵ।

ନୟାଗଡ  ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *