ନୟାଗଡ ;ତା-୦୮/୦୩(ବିଏମସି ଟିଭି ଓଡ଼ିଆ)
ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଓ ବନ୍ୟଜନ୍ତୁ ସୁରକ୍ଷା ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାକୁ ଆହ୍ବାନ ବାରମ୍ବାର ଦିଆଯାଉଛି।

ମାତ୍ର ତାର ଫଳାଫଳ ଶୂନ। ଜଙ୍ଗଲ ରେ ନିଆଁ ଲାଗିଲେ ଏହାର ଭୟାବହାତା କେତେ ହେଉଛି ତା ର ନିରାକରଣ ଦିଗରେ ଲୋକଙ୍କୁ ସଚେତନ କରିବା ଓ ନିଜେ ସଚେତନ ରହିବା ଆଦି ଅନେକ ପ୍ରସଙ୍ଗ ରେ ଆଲୋଚନା ଓ ସଚେତନ ବାର୍ତ୍ତା ପ୍ରବଳ କରାଯାଇଥାଏ।ମାତ୍ର ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଏହି ସଚେତନ କାର୍ଯ୍ୟକ୍ରମ କରାଯାଏ କିନ୍ତୁ ଗ୍ରୀଷ୍ମ ସମୟରେ ଜଙ୍ଗଲ ରେ ନିଆଁ ଦେଖିଲେ ଆପଣ ଜାଣିପାରିବେ ଯେ ଏ ପ୍ରକାରର କାର୍ଯ୍ୟକ୍ରମ କେବଳ ଲୋକ ଦେଖାଣିଆ।

ତେବେ ଆଜି ୫୭ ନଂ ଜାତୀୟ ରାଜପଥ ର ରାଜପୁତ ଢ଼ାବା ନିକଟରେ ଥିବା ଜଙ୍ଗଲ ରେ ନିଆଁ ଲାଗିଛି। ଦଶପଲ୍ଲା ଦମକଳ ବାହିନୀ ତୁରନ୍ତ ପହଂଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି।ଏଣୁ ଏହି ସଚେତନ କାର୍ଯ୍ୟକ୍ରମ କେବଳ କାଗଜ ପତ୍ର ପାଇଁ ବୋଧହୁଏ ଠିକ ଓ ଏହାର ଆଳରେ ସରକାର ଙ୍କ ଅର୍ଥ ଖର୍ଚ୍ଚ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ। ନଚେତ ଯଦି ଠିକ ଭାବରେ କାର୍ଯ୍ୟକାରୀ କରାଯାଆନ୍ତା ତେବେ ଅନେକ ସୁଫଳ ମିଳନ୍ତା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।