ନାହିଁ ନାହିରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଳାଙ୍ଗ ପଞ୍ଚାୟତରେ ଗୋବର୍ଦ୍ଧନପୁରୁ ଫାଣ୍ଡି ।  କର୍ମଚାରୀ ବଦଳିଲେ ବି ସୂଚନା ଫଳକରୁ ବଦଳୁନି ନାମ ଓ ନମ୍ବର।

ଖୋଦ୍ଧା/ ବୋଲଗଡ଼ ; ତା-୨୬/୧୨ (ବିଏମସି ଟିଭି ଓଡିଆ)

ଅସହାୟ ଅବସ୍ଥାରେ ପୋଲିସ ଫାଣ୍ଡି , ସାହାରା ସାଜିଛି ଗୋଦାମ ଗୃହ । କର୍ମଚାରୀ ବଦଳିଲେ ବି ସୂଚନା ଫଳକରୁ ବଦଳୁନି ନାମ ଓ ନମ୍ବର।

ନା ଅଛି ଆନୁସଙ୍ଗିକ ସୁବିଧା, ନାହିଁ ନାହିରେ ଚାଲିଛି, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଳାଙ୍ଗ ପଞ୍ଚାୟତରେ ଗୋବର୍ଦ୍ଧନପୁରୁ ଫାଣ୍ଡି ର ଅବସ୍ଥା ।

  ଆଇନ ଶୃଙ୍ଖଳା ରକ୍ଷା କରିବା, ବିପଦରେ ପଡ଼ିଥିବା ଜନ ସାଧାରଣଙ୍କୁ ସହାୟତା ଯୋଗେଇ ଦେବା, ଚୋରି ଡକାୟତି ରାହାଜାନି ନିୟନ୍ତ୍ରଣ କରିବା, ମହିଳା ମାନଙ୍କୁ ସୁରକ୍ଷା ଦେବା ଆଦି ପୋଲିସ ବିଭାଗର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରହିଥାଏ । ଏ ସବୁ ଦାୟିତ୍ୱ ବହନ କରୁଥିବା ପୋଲିସକୁ ବି ପ୍ରଥମେ ସୁରକ୍ଷିତ ପରିବେଶ ର ଆବଶ୍ୟକତା ଅଛି । କିନ୍ତ ଏଠି ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଉଠି ପୋଲିସ ନିଜେ ଅସହାୟ, ଅସୁରକ୍ଷିତ ଭଳି ଦେଖିବାକୁ ମିଳିଛି, ନା ଅଛି ନିଜସ୍ୱ ଗୃହ ,  ନା ଅଛି ଆନୁସଙ୍ଗିକ ସୁବିଧା ।

ନାହିଁ ନାହିରେ ଚାଲିଛି  ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଳାଙ୍ଗ ପଞ୍ଚାୟତରେ ଗୋବର୍ଦ୍ଧନପୁରୁ ଫାଣ୍ଡି । ଘର ଛାତ ଉପରେ ରହିଛି କଳାଙ୍ଗ ପଞ୍ଚାୟତ ମିଶନ ଶକ୍ତି ଗୃହ, ଦିର୍ଘ ଆଠବର୍ଷରୁ ଉର୍ଦ୍ଧ ହେବ ଦୁଇଟି ପଂଚାୟତ ମାଣିକଗୋଡା ଓ କଳାଙ୍ଗ ପଂଚାୟତ ପାଇଁ ଚାଲିଛି ଫାଣ୍ଡିର କାଗଜପତ୍ର, ସେ ଫାଣ୍ଡି ଅଧିନରେ ଯାଉଥିବା ଦୁଇଟି ପଞ୍ଚାୟତର ଲୋକମାନେ ଉପକୃତ ହେଉଛନ୍ତି ଅବଶ୍ୟ ନା ହାଜତ ଅଛି, ନା ରହିଛି ଚେୟାର ଟେବୁଲ୍ । ସବୁ ଏଠି ଅବ୍ୟବସ୍ଥା ଭିତରେ କାମ କରୁଛନ୍ତି କାର୍ଯ୍ୟରତ ପୋଲିସ ମାନେ । ଜଣେ ପୋଲିସ ଏଏସଆଇ ସାଙ୍ଗକୁ ଚାରିଜଣ ଷ୍ଟାଫ ରହିଛନ୍ତି । 

 ସେଠାରେ ହେଉଥିବା ଚୋରି ଡକାୟତି , ଘଟଣା ଦୁର୍ଘଟଣା ସମାଧାନ ହେଉ ଥିବା ଶୁଣିବାକୁ ମିଳୁଥିବା ବେଳେ, ନିଜସ୍ୱ ଫାଣ୍ଡି ଗୃହ ନଥିବାରୁ ଉଭୟ କାର୍ଯ୍ୟରତ ପୋଲିସ ସହ ସାଧାରଣ ଜନତା ହଇରାଣ ହରକତ ହେଉଥୁବା ଶୁଣିବାକୁ ମିଳୁଛି । ଏଠି ଫାଣ୍ଡିର କାର୍ଯ୍ୟରତ କର୍ମଚାରୀଙ୍କ ନାମ ଓ ମୋବାଇଲ ନମ୍ବର ମଧ୍ୟ ବଦଳି ନଥିବା ସାଧାରଣରେ ଚର୍ଚ୍ଚା ହେବା ସହ ଦେଖିବାକୁ ମିଳିଛି । ସ୍ଥାନୀୟ ଜନତାଙ୍କ କହିବା ଅନୁସାରେ ଫାଣ୍ଡି ଗୃହ ନିର୍ମାଣ ପାଇଁ ସ୍ଥାନ ଚି଼ହ୍ନଟ ପ୍ରାୟତଃ ସରିଥିବା ବେଳେ କୋଉଠି ନା କୋଉଠି ପ୍ରଶାସନର ଉଦାସୀନତା ପାଇଁ ଫାଣ୍ଡି ଗୃହ ନିର୍ମାଣ ଆରମ୍ଭ ହୋଇ ପାରିନି, ଅବଶ୍ୟ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ ଏ ସମ୍ପର୍କରେ ଅବଗତ ଅଛନ୍ତି ଓ ଶୀଘ୍ର କରାଯିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଯଥା ଶୀଘ୍ର ଫାଣ୍ଡି ଗୃହ ନିର୍ମାଣ ହୋଇ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି ।

ଖୋଦ୍ଧା ଜିଲ୍ଲା ବୋଲଗଡ଼ ରୁ  ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା ।

Leave a Reply

Your email address will not be published. Required fields are marked *