ଗଣିଆ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଉଦ୍ଜାପନୀ ଉତ୍ସବ।

ଗଣିଆ ; ତା-୦୩/୦୫ ( ବିଏମସି ଟିଭି ଓଡ଼ିଆ )

ନୟାଗଡ଼ ଜିଲ୍ଲା ଗଣିଆ ଲଙ୍କାପୋଡ଼ି ଯାତ୍ରା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଶୁକ୍ରବାର ସନ୍ଧ୍ୟାରେ ଉଦ୍ଜାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ମଞ୍ଚରେ ପ୍ରଥମେ ସ୍ଥାନୀୟ କଳା ବିକାଶ ପରିଷଦର କଳାକାର ଓ ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ନୃତ୍ୟ ଅନୁଷ୍ଠାନର ନୃତ୍ୟ ମଞ୍ଚରେ ହଇଚଇ ସୃଷ୍ଟି କରିଥିଲା । ଆୟୋଜିତ ଉଦ୍ଜାପନୀ ସଭାରେ ଲଙ୍କାପୋଡ଼ି ଯାତ୍ରା କମିଟିର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଧାନସଭାର ଶାସକ ଦଳର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ , ମୁଖ୍ୟ ବକ୍ତା କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ସମ୍ମାନିତ ଅତିଥି ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ , ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର , ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର , ଯାତ୍ରା କମିଟିର ଉପଦେଷ୍ଟା ବିଭୂତି ଭୂଷଣ ପଣ୍ଡା , ଆନନ୍ଦ ଚନ୍ଦ୍ର ବେହେରା , ଗଣିଆ ସରପଞ୍ଚ ଗିରିଧାରୀ ସେଠୀ , ସମିତି ସଭ୍ୟ ଫକୀର ମୋହନ ଡାକୁଆ ମଞ୍ଚରେ ଉପସ୍ଥିତ ଥିଲେ । ବାସ୍ତବିକ୍ ମହୋତ୍ସବ ସ୍ଥାନୀୟ କଳାକାର ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇବା ସହିତ ଲୋକକଳା କୁ ଉଜ୍ଜୀବିତ କରି ଗଢି ତୋଳିବାର ଏକ  ଉତ୍କୃଷ୍ଟ ମାଧ୍ୟମ । ରାଜ୍ୟରେ ମାତ୍ର ଆଠଟି ବ୍ଲକକୁ ନେଇ ଗଠିତ ଗଣିଆ ଏକ ଛୋଟ ବ୍ଲକ ରେ ଚାରି ଦିନ ଧରି ଲଙ୍କାପୋଡି ଯାତ୍ରା ଓ ପଲ୍ଲୀଶ୍ରୀ ମେଳା ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିବାରୁ ଅତିଥିବୃନ୍ଦ , ସ୍ଥାନୀୟ ଜନସାଧାରଣ ଅତି ଖୁସି ପ୍ରକଟ କରିବା ସହ ଉପଭୋଗ କରି ଏହାର ମଜା ନେଇଥାଆନ୍ତି ।

ଉକ୍ତ ରାମାୟଣ ଲୋକକଳା ୧୯୭୨ ମସିହାରୁ ଆରମ୍ଭ ହୋଇ ଆଜିର ଦିନକୁ ୫୩ ବର୍ଷରେ ପଦାର୍ପଣ କରିଥିବାର ସୂଚନା ମିଳିଛି । ଗଣିଆ ର ରାମଲୀଳା ସଂସ୍କୃତିର ପୃଷ୍ଠ ଭୂମି ଓ ଐତିହ୍ୟ ପରମ୍ପରା କୁ ବର୍ଣ୍ଣନା କରିବା ସହ ଗଣିଆ ର ଉନ୍ନତି ଦିଗରେ ଆହୁରି ସହାୟକ ହେବ ଓ   ଆଗାମୀ ସମୟରେ ଏହା ଅତି ସରସ ସୁନ୍ଦର ଓ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସଭାପତି ଓ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ମହୋତ୍ସବକୁ ସୁଚାରୁରୂପେ ନିଜର କାର୍ଯ୍ୟ ସମ୍ପାଦାନ କରିଥିବା ବ୍ୟକ୍ତି ବିଶେଷ , ସମାଜସେବୀ ଓ କମିଟିର ସଭ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମେଳାର ଅନ୍ତିମ ସନ୍ଧ୍ୟାରେ ଓଡ଼ିଶାର ଅଲିଉଡ ଜଗତରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ  ସଙ୍ଗୀତଜ୍ଞ ବା କଣ୍ଠଶିଳ୍ପୀ ଶଶାଙ୍କ ସେଖରଙ୍କ ମେଲୋଡି କାର୍ଯ୍ୟକ୍ରମରେ ଦର୍ଶକମାନେ ଝୁମି ଝୁମି ଭାବ ବିହୋଳ ହୋଇ ମାନସିକ ସ୍ତରରେ ସଙ୍ଗୀତ  ଦୁନିଆରେ ହଜି ଯାଇଥିଲେ । ହଜାର ହଜାର ସଂଖ୍ୟାରେ ସମାଗମ ହୋଇଥିବା ଦର୍ଶକ ମାନଙ୍କୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଙ୍କ ନେତୃତ୍ୱରେ  କଡା ବ୍ୟବସ୍ଥା ସହିତ ସବୁସମୟରେ ସଜାଗ ରହିଥିବା ଗଣିଆ ପୋଲିସ   ପ୍ରଶଂସିତ ହୋଇଥିବାର ଦେଖିବାକୁ ମିଳିଛି ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *