ରନ୍ଧା ମଦ କାରବାର ନେଇ ଅବକାରୀ ବିଭାଗ ର ଚଢ଼ାଉ ।

ବଲାଙ୍ଗୀର ; ତା-୦୭/୦୧(ବିଏମସି ଟିଭି ଓଡ଼ିଆ)

ଟିଟିଲିଲାଗଡ ଉପଖଣ୍ଡ ଅନ୍ତର୍ଗତ ସଇଁତଲା ଥାନା ଅନ୍ତର୍ଗତ ସାଲେଦମକ ଜଙ୍ଗଲ ରେ ରନ୍ଧା ମଦ ଜବତ ସହ ବିପୁଳ ମାତ୍ରାରେ ମହୁଲପୋଚ ଜବତ ସହ ନଷ୍ଟ କରାଜାଇ ଥିବା ସୂଚନା ଦିଆଯାଇଛି । ଟିଟିଲାଗଡ ଅବକାରୀ ଅଧିକାରୀ ଆଶିଷବେହେରା ଙ୍କ ନେତୃତ୍ୱରେ ଏ ଏସ ଆଇ ଭୃଗୁପତି ଦିଗଲ ,ବୁଲୁ ସେଠି,କୁମୁଦିନୀ ମଲ୍ଲିକ ପ୍ରମୁଖ ୧,୩୮୦ ମହୁଲ ପୋଚ ନଷ୍ଟ କରିବା ସହ ୧୧୦ ଲିଟର ରନ୍ଧା ମଦ ଜବତ କରାଯାଇଛି । ଏହି ରନ୍ଧା ମଦ ପିଇ ଲୋକେ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ତଥା ୟୁରିଆ ଭଳି ରାସାୟନିକ ସାର ଅଧିକ ନିଶା ଯୁକ୍ତ କରିବା ପାଇଁ ମିଶାଇ ଦେବା ଯୋଗୁଁ ଲୋକେ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ପ୍ରକାଶ ପାଇଛି । ଏହି ଚଢ଼ାଉ ବେଳେ କାହାରିକୁ ଗିରଫ କରାଯାଇ ପାରି ନ ଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *