ସ୍ବର୍ଗତ ପିତବାସଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟିଲେ ହୋମଗାର୍ଡ ସଂଘ।

କନ୍ଧମାଳ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)

ଓଡ଼ିଶାର ଭୂସ୍ବର୍ଗ ବା ଦ୍ୱିତୀୟ କାଶ୍ମୀର ଭାବେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ହୋମଗାର୍ଡ ପ୍ରତ୍ୟେକ ଦିନ ପରି ସେହିଦିନ ମଧ୍ୟ୍ୟ ପିତବାସ ପ୍ରଧାନ ନିଜର ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ଏକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ବରଣ କରିଥିଲେ । ପୀତବାସ ଜଣେ ଉତ୍ତମ ଚରିତ୍ର ଅମାୟିକ ମିଷ୍ଟ ଭାସି ବ୍ୟକ୍ତି ଥିଲେ, ତାଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଥାନା ସମେତ ଦାରିଙ୍ଗବାଡି ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଦାରିଙ୍ଗବାଡି ଅଂଚଳର ପରମ୍ପରା ଅନୁଯାଇ କ୍ରିୟାକର୍ମ କରାଯାଇଥିଲା ଓ ତାଙ୍କର ଦଶାହ କାର୍ଯ୍ୟ ଦାରିଙ୍ଗବାଡ଼ି ଅଞ୍ଚଳର ମୁଣ୍ଡାନାଜୁ ଗ୍ରାମରେ ଖ୍ରୀଷ୍ଟାୟ ନୀତି ନିୟମାନୁସାରେ ଅନୁଷ୍ଠିତ ହୋଇଥିଲା । ସ୍ବର୍ଗତ ପୀତବାସ ଙ୍କ ଶୁଦ୍ଧିକ୍ରିୟାରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ରାଜ୍ୟ ଉପସଭାପତି ତଥା ମାନବିଧିକାର ମିଶନ ର ଆବାହକ ବିରାଜ ପ୍ରଧାନ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଭାତ କୁମାର ସାହାଣୀ ସମେତ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତାମାନେ ମୁଣ୍ଡାନାଯୁ ଗ୍ରାମରେ ପହଂଚି ପୀତବାସ ଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟିଥିଲେ ଓ ସେମାନଙ୍କୁ ସ୍ବାନ୍ତନା ଦେବା ସହିତ ମୃତ ହୋମଗାର୍ଡ ପୀତବାସଙ୍କ ଫଟୋ ଚିତ୍ର ନିକଟରେ ପ୍ରଦିପ ପ୍ରଜ୍ବୋଳନ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ସମୁହ ପ୍ରାର୍ଥନା କରାଯାଇଥିଲା । ଏହାପରେ ଜିଲ୍ଲା ହୋମଗାର୍ଡ ସଙ୍ଘ ତରଫରୁ ପରିବାର ସଦସ୍ୟ ମାନଙ୍କୁ ନୂତନ ବସ୍ତ୍ର ସହିତ କିଛି ରାସନ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମାନ୍ୟବର ମୂଖ୍ୟମନ୍ତ୍ରୀ  ମୋହନ ଚରଣ ମାଝିଙ୍କ ନିଷ୍ପତ୍ତି ପ୍ରକାରେ ଯଦି କାର୍ଯ୍ୟକାରୀ ହୁଏ ତାହେଲେ କିପରି ପୀତବାସଙ୍କ ଅସହାୟ ପରିବାର ଜଣଙ୍କୁ ହୋମଗାର୍ଡ ଭାବେ ଅନୁକମ୍ପା ମୂଳକ ନିଯୁକ୍ତି ମିଳିବା ସହିତ ଚାକିରି ଥିବା ସମୟରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡ କର୍ମଚାରୀଙ୍କ ପରିବାରକୁ କିପରି ଭାବେ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେଇଥିପାଇଁ ସଂଘ ସମସ୍ତ ପ୍ରକାର ଅନୁସଙ୍ଗିକ ସହଯୋଗ କରିବ ବୋଲି ମାନବାଧିକାର ମିଶନ ଆବାହକ ବିରାଜ ପ୍ରଧାନ, ସଭାପତି ପ୍ରଭାତ କୁମାର ସାହାଣୀ ଶୋକ ସନ୍ତପ୍ତ ପରିବାରକୁ ପ୍ରତିଶୃତି ଦେଇଥିଲେ । ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବା ହୋମଗାର୍ଡ କମାଣ୍ଡେଣ୍ଟ ସାହେବଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଉପରିସ୍ତ ଅଧିକାରୀଙ୍କ ଉତ୍ତମ ସହଯୋଗରେ ଗୋଟିଏ ଦିନର ଦରମା ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପୀତବାସ ପ୍ରଧାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଯୋଗାଇ ଦେବା ନିଷ୍ପତି ଗ୍ରହଣ କରିଥିବା କଥା ଆବାହକ ତଥା ରାଜ୍ୟ ଉପସଭାପତି ବିରାଜ ପ୍ରଧାନ କହିଥିଲେ । ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ମାନଙ୍କ ସର୍ବଧର୍ମ ସମ୍ପର୍ଣ୍ଣ ଭାଇ ଚାରାର ସଦଭାବନା, ନିଷ୍ଠାପର ସହିତ ସହଯୋଗର ହାତ ବଢ଼ାଉଥିବା ଦେଖି ଦାରିଙ୍ଗବାଡ଼ି ଅଞ୍ଚଳର ଜନ ସାଧାରଣ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଭୁୟସୀ ପ୍ରଶଂସା କରିଥିଲେ । ସ୍ୱାଗତ ପୀତବାସ ଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ,ସହ କୋଷାଧ୍ୟକ୍ଷ ଅଜୟ କୁମାର ଦିଗାଲ, କାର୍ଯ୍ୟକାରୀ ଉପସଭାପତି, ରବି ଶଙ୍କର ବାରିକ ଏବଂ ଦାରିଙ୍ଗବାଡ଼ି ଥାନାର ସମସ୍ତ ହୋମଗାର୍ଡ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଉପଯୁକ୍ତଭାବେ ସମ୍ପୂର୍ଣ୍ଣ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।

କନ୍ଧମାଳ ଦାରିଙ୍ଗବାଡି ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *