ରାଜସୁନାଖଳା ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ:ଯୋଗଦେଲେ ମାନ୍ୟବର ବାଚସ୍ପତି।

ରାଜସୁନାଖଳା; ତା-୨୩/୧୨ (ବିଏମସି ଟିଭି ଓଡ଼ିଆ)

ରାଜସୁନାଖଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଊନତ୍ରିଂଶତମ୍ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଅଜିତ୍ କୁମାର ପଟ୍ଟନାୟକ,ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ,ସମିତ ସଭ୍ୟ ତପନ କୁମାର ପ୍ରଧାନ,ସମ୍ପାଦକ ଗୌର ଚରଣ ସାମନ୍ତସିଂହାର ଓ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ଯୋଗଦେଇଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଦୀପ ନୈବେଦ୍ୟ ଦେଇ ଜଗନ୍ନାଥ ଜଣାଣ ପିଲାମାନଙ୍କ ଦ୍ୱାରା ଗାନ କରାଯାଇ ମଞ୍ଚ ସଂଚାଳନ କରାଯାଇଥିଲା। ମୁଖ୍ୟବକ୍ତା ଅଜିତ୍ କୁମାର ପଟ୍ଟନାୟକ ନିଜ ବକ୍ତବ୍ୟରେ ମାଆ ହେଉଛନ୍ତି ଆଦ୍ୟ ଗୁରୁ, ବାପା ଏବଂ ଗୁରୁ ଓ ଗୁରୁଜନଙ୍କ ଆଶିର୍ବାଦରେ ଶିଶୁଟି ଆଦର୍ଶ ଓ ସୁନ୍ଦର ମଣିଷ ହୋଇଥାଏ ଓ ସାଧନାରୁ ସିଦ୍ଧି ପାଇ ଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପାଢୀଙ୍କ ଦ୍ଵାରା ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀଆଶ୍ରୀ ସାହୁ ଏବଂ ଏଥିସହ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା  ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଗୁରୁଜୀ ପ୍ରଶାନ୍ତ ଚିନରା , ମାନସ କୁମାର ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା ମଞ୍ଚ ପରିଚାଳନାରେ ସାହାଯ୍ୟ କରିଥିଲେ। ଶେଷରେ ପିଲାମାନଙ୍କର ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଓ ଅଭିଭାବକମାନେ ଉତ୍ସାହିତ ହୋଇଥିଲେ ।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *