ବୋଲଗଡ ; ତା-୧୫/୦୫ ( ବିଏମସି ଟିଭି ଓଡ଼ିଆ )
ସ୍ୱଚ୍ଛ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବେଛାସେବୀ ଅନୁଷ୍ଠାନ, ଗ୍ରାମପଞ୍ଚାୟତ, ପଞ୍ଚାୟତସମିତି,ମୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକର ମିଳିତ ସହଯୋଗରେ ସ୍ଵଛଭାରତ କାର୍ଯ୍ୟକ୍ରମ କରାଯାଉଅଛି। ଏହି କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସରକାରୀ ଆର୍ଥିକ ଅନୁଦାନ ଯୋଗାଇ ଦେଉଅଛନ୍ତି। ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସରେ ସ୍ୱଚ୍ଛ ଭାରତ ଓ ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଶ୍ରେଷ୍ଠ ଅନୁଷ୍ଠାନ ଗୁଡିକୁ ପ୍ରକୃତି ମିତ୍ର ପୁରସ୍କାର, ମାନପତ୍ର ଓ କୋଡିଏ ହଜାର ଆର୍ଥିକ ପୁରସ୍କାର ଏବଂ ଶ୍ରେଷ୍ଠ ପରିବେଶ ସୁରକ୍ଷା କାରି ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର, ମାନପତ୍ର ଓ ଦଶ ହଜାର ଟଙ୍କା ପ୍ରଦାନ କରାଯାଉଅଛି। କିନ୍ତୁ ରାଜସୁନାଖଳା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଓ ବଡ଼କୁମାରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅଞ୍ଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ବିଫଳ ହୋଇ ଦିଗହରା ହୋଇପଡିଛି। ପ୍ରତିଦିନ ଖୋର୍ଦ୍ଧା- ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ର ରାଜସୁନାଖଳା ଗଣେଶ ବଜାର ର ଉଭୟ ପାର୍ଶ୍ଵ ରେ କୁଢ଼ କୁଢ଼ ଆବର୍ଜନା ମଇଳା ପକାଯାଉଅଛି । ଫଳରେ ଏଥିରୁ ଦୁର୍ଗନ୍ଧମୟ ବାସନା ବାହାରି ପରିବେଶ କୁ ପ୍ରଦୃଶଣ କରିବା ସଙ୍ଗେ ସଂଗେ ବିଭିନ୍ନ ପ୍ରକାରର ସଂକ୍ରମଣ ରୋଗ ସୃଷ୍ଟି କରୁଅଛି। ସ୍ୱଚ୍ଛ ଭାରତ ଓ ପରିବେଶ ସୁରକ୍ଷା ପାଇଁ ରାଜସୁନାଖଳା ଗ୍ରାମପଞ୍ଚାୟତ ଓ ବଡ କୁମାରୀ ଗ୍ରାମପଞ୍ଚାୟତ ବିଶ୍ୱ ପରିବେଶ ଦିବସରେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ଓ ୨୦ହଜାର ଆର୍ଥିକ ପୁରସ୍କାର ପାଇଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ନୁହେଁ ବୋଲି ସମସ୍ତ ଜନସାଧାରଣ ତୀବ୍ର ନିନ୍ଦା କରୁଅଛନ୍ତି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ନୟାଗଡ ଜିଲ୍ଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ରାଜସୁନାଖଳା ବଜାର ଅଞ୍ଚଳରେ ପାଞ୍ଚଟି ଆବର୍ଜନା ନିଷ୍କାସନ ଡଷ୍ଟବିନ ନିର୍ମାଣ କରି ଶୁଖିଲା ମଇଳା ବୁହା ଗାଡିରେ ପରିତ୍ୟକ୍ତ ଆବର୍ଜନା ମଇଳା ଗୁଡିକୁ ଡଷ୍ଟବିନ ରେ ପକାଇବା ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବାକୁ ଦୃଢ ଦାବି ହେଉଅଛି।

ବିଏମସି ନିୟୁଜ ଓଡିଶା।
