ପ୍ରକୃତି ର ଅପାର ସମ୍ଭାର, ଫଗୁଣ ମାସର ବଉଳ।

ନୟାଗଡ ;ତା-୦୧/୦୩(ବିଏମସି ଟିଭି ଓଡ଼ିଆ)

ପୃଥିବୀ ରେ ଅନେକ ଆଶ୍ଚର୍ଯ୍ୟ ଓ ଅଲୌକିକ ଜିନିଷ ଦେଖିବାକୁ ମିଳେ। ପ୍ରକୃତିର ଅପାର ସମ୍ଭାର ଏ ପୃଥିବୀ ବକ୍ଷରେ ପ୍ରକୃତିରାଣୀ ତରଫରୁ ବିଦ୍ୟମାନ। ଅନେକ ନୂତନ ସମାହାର ଏ ପ୍ରକୃତି ବକ୍ଷରେ ଦେଖିବାକୁ ମିଳିଥାଏ।

ତେବେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ୟଖଣ୍ଡ ଫାଣ୍ଡି ପରିସରରେ ଏକ ସୌନ୍ଦର୍ଯ୍ୟ ମୟ ପରିବେଶ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମଧ୍ଯଖଣ୍ଡ ଫାଣ୍ଡି ପରିସରରେ ଫଗୁଣ ମାସର ସୌନ୍ଦର୍ଯ୍ୟ ଅର୍ଥାତ ଆମ୍ବ ଗଛରେ ଭରା ବଉଳ ଦେଖିବାକୁ ମିଳିଛି ତତ ସହିତ ଅଶୋକ ଗଛରେ ପୁଷ୍ପ ଫୁଟି ଆହୁରି ପରିବେଶ କୁ ସୁନ୍ଦର କରିଦେଇଛି।

ସେପରି ଫାଣ୍ଡି ସାମ୍ନାରେ ଥିବା ଶିମିଳି ଗଛ ର ନାଲି ନାଲି ଫୁଲ କୁ ଯେ ଦେଖିବ ସେ ଚାହିଁ ରହିବ। ପ୍ରକୃତି ପ୍ରେମୀ ନିଶ୍ଚିତ ରୂପେ ଏହି ପ୍ରକୃତିଦତ୍ତ ସୌନ୍ଦର୍ଯ୍ୟ କୁ ଉପଲବ୍ଧ କରିପାରିବେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *