ଅଧିକ ଯୌତୁକ ଦାବି କରି ପିଟି ପିଟି ହତ୍ୟା କରି ଦେଲେ ଶଶୁର ଘର ଲୋକ।

ବଲାଙ୍ଗୀର ;ତା-୧୯/୦୪(ବିଏମସି ଟିଭି ଓଡ଼ିଆ)

ଦିର୍ଘ୍ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଶଶୁର ଘର ଲୋକ ମିଶି ଶେଷରେ ପିଟି ପିଟି ହତ୍ୟା କରି ଦେଇ ଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ବଲାଙ୍ଗୀର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଜଣେ ଷ୍ଟାଫନର୍ସଙ୍କୁ ତାଙ୍କ ଶ୍ୱଶୁର ଘରେ ପିଟିପିଟି ହତ୍ୟା କରି ମାରିଦେଇଥିବା ଘଟଣା ବେଶ୍ ହଟ, ଚମଟ ସୃଷ୍ଟି କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପ୍ରକାଶ ଯେ ,ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଏଁଳାଭଟା ଗ୍ରାମର ଠାକୁର ସାହୁଙ୍କ ଝିଅ କ୍ରିଷ୍ଣା ସାହୁ ଗତ ୨୦୨୨ ମସିହା ରେ ପାଟଣାଗଡ଼ ଥାନା ଅନ୍ତର୍ଗତ ନେହେନାବନ୍ଧ ଗାଁର ଆଲୋକ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତାଙ୍କ ର ଗୋଟିଏ ଗୋଟିଏ ଦୁଇବର୍ଷର ପୁତ୍ର ସନ୍ତାନ ମଧ୍ୟ ରଅଛି । ବିବାହ ବେଳେ ବାପା ଘର ଲୋକ ସବୁ ପ୍ରକାର ଯୌତୁକ ସାମଗ୍ରୀ ମଧ୍ୟ ଦେଇଥିଲେ । ବିବାହ ପରେ ଶ୍ୱଶୁର ଘରଲୋକେ ଆଉ ଅଧିକ ଯୌତୁକ ଦାବି କରି ଆସୁଥିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ରେ ଉଲ୍ଲେଖ ରହିଛି । ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ୱାମୀ ମାଡ ମାରୁଛନ୍ତି ବୋଲି ନିଜ ମୋବାଇଲରେ ଏକ ଭିଡିଓ କରି ନିଜ ବାପାଙ୍କ ନିକଟ କୁ ମଧ୍ୟ ପୋଷ୍ଟ କରିଥିଲେ । ମୃତା କ୍ରିଷ୍ଣା ତାଙ୍କ ବାପା ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚେଇ ଦେବେ ବୋଲି ଆଶା ରଖିଥିଲେ ।

ହେଲେ ତାଙ୍କ ବାପା ପହଞ୍ଚିଲା ବେଳକୁ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପାଟଣାଗଡ଼ ଡାକ୍ତରଖାନାରେ । କ୍ରିଷ୍ଣାଙ୍କୁ ପିଟି ପିଟି ମାରିଦେଇ ତାଙ୍କ ଶ୍ୱଶୁର ଘରଲୋକେ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ପାଟଣାଗଡ଼ ଡାକ୍ତରଖାନା ଆଣିଛନ୍ତି ବୋଲି ମୃତ୍ୟୁବରଣ କରିଥିବା କ୍ରିଷ୍ଣାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପାଟଣାଗଡ଼ ଥାନା କେସ ନଂ ୧୧୭/୨୦୨୫ରେ ଏକ ମାମଲା ଋଜୁ କରାଯାଇ ଥିବା ବେଳେ କ୍ରିଷ୍ଣାଙ୍କ ସ୍ୱାମୀ ଆଲୋକ ସାହୁକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି । ଏହି ମାମଲା ନେଇ ମୃତକ ଙ୍କ ସ୍ଵାମୀ ଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ପ୍ରକାଶ ପାଇଛି ।ଏ ଘଟଣା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *