ନୟାଗଡ ; ତା-୨୭/୦୨(ବିଏମସି ଟିଭି ଓଡ଼ିଆ)
ମଧ୍ୟଖଣ୍ଡ ଗ୍ରାମର ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ପ୍ରାଙ୍ଗଣ ରେ ଦୀପ ଯଜ୍ଞ ପ୍ରତି ବର୍ଷ ଭଳି ଜାଗରରେ ଏଇ ବର୍ଷ ମଧ୍ୟ ପାଳନ କରାଯାଇଛି । ଏହି ଦୀପ ଯଂଜ୍ଞ ଜାଗର ଦିନ ସରିଥାଏ। କିନ୍ତୁ ଏକ ମାସ ପୂର୍ବରୁ ପ୍ରତି ଦିନ ସନ୍ଧ୍ୟା ବେଳେ ପ୍ରଭୁ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯାଏ। ବର୍ଷକ ବାର ମାସ ଆଉ ଏହି ବାର ମାସ ମଧ୍ୟରେ ତେର ଯାତ୍ରା ହୋଇଥାଏ। ସେହିପରି ମଧ୍ଯଖଣ୍ଡ ଗ୍ରାମ ର ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ପ୍ରାଙ୍ଗଣ ରେ ଆଜକୁ ୧୧ ବର୍ଷ ଧରି ଦୀପ ଯଜ୍ଞ ପାଳିତ ହୋଇ ଆସୁଛି।

ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏଠାରେ ନଦିଆ କୀର୍ତ୍ତନ ର ତାଳେ ତାଳେ ମନ୍ଦିର ଚାରୀ ପାଖରେ ଶ୍ରଦ୍ଧାଳୁ ମାନେ ପରିକ୍ରମା କରାଯାଇଥାଏ ଓ ଦ୍ଵୀପ ପ୍ରଜ୍ବଳନ ଜାରି ରହିଥାଏ । ଜାଗର ଦିନ ଅଷ୍ଟ ପ୍ରହରୀ ନାମ ଯଂଜ୍ଞ ସହ ଶ୍ରଦ୍ଧାଳୁ ମାନଙ୍କ ହୁଳ ହୁଳି ଓ ନଦୀଆ କୀର୍ତ୍ତନ ର ହରେକୃଷ୍ଣ ହରେରାମ ଶଦ୍ଦ ରେ ସାରା ପରିବେଶ ଆଧ୍ୟାତ୍ମିକତାର ସୁଗନ୍ଧ ରେ ପ୍ରକମ୍ପିତ ହୋଇଉଠିଥିଲା। ଉପସ୍ଥିତ ସମସ୍ତ ଗ୍ରାମବାସି ବୃନ୍ଦ ଓ ଆଖ ପାଖ ଅଞ୍ଚଳରୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଙ୍କ ନିମିତ୍ତ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।

ଆନନ୍ଦ ଉଲ୍ଲାସ ର ସହ ମଧ୍ଯଖଣ୍ଡ ଗ୍ରାମ ବାସି ଏହାକୁ ପାଳନ କରିଥାନ୍ତି।ତେବେ ଏହି ଜାଗର ଦିବସ ରେ ଦଶପଲ୍ଲା ବିଧାୟକ ରମେଶ ବେହେରା ଯୋଗ ଦେଇଥିବାର ଦେଖାଯାଇଥିଲା। ତାଙ୍କ ସହିତ ଦଶପଲ୍ଲା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ବେହେରା, ମଧ୍ୟଖଣ୍ଡ ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ, ପ୍ରହଲ୍ଲାଦ ପରିଡା, ଏ ୱାନ କଣ୍ଟ୍ରାକ୍ଟର ପ୍ରଶାନ୍ତ କୁମାର ଦାସ, ରଞ୍ଜନ କୁମାର ନାୟକ, ପୁରୁଷୋତ୍ତମ ଡାକୁଆ, ମୃତ୍ୟୁଞ୍ଜୟ ପ୍ରଧାନ ଓ ଅନ୍ୟାନ୍ୟ କର୍ମୀ ଓ କମିଟି ସଦସ୍ୟ ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।