ବରଗଡ଼ ;ତା-୧୪/୦୪(ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅଧିନସ୍ଥ ଲାଦେରପାଲିର ବୀର ହନୁମାନ ପ୍ରଭୁଙ୍କର ବହୁ ପୁରୁଣା ପ୍ରସିଦ୍ଧ ହନୁମାନ ମନ୍ଦିରରେ ମହାବୀର ହନୁମାନ ଙ୍କ ଜନ୍ମୋତ୍ସବ ଖୁବ୍ ଯାକଜମକରେ ପାଲିତ ହୋଇଯାଇଛି। କଳାକାର ଏବଂ କଳା ସଂସ୍କୃତିର ଅପୂର୍ବ ମିଳନ ସ୍ଥଳି ଏହି ଗାଆଁଟି ଦିନେ ନାଟ୍ୟ ଏବଂ ସଂକିର୍ତ୍ତନ ଦଲ ପାଇଁ ସୁନାମଧନ୍ୟ ଅର୍ଜନ କରିଥିଲା । ଶ୍ରୀ ଶ୍ରୀ ବୀର ହନୁମାନ ପ୍ରଭୁଙ୍କର ଜୟନ୍ତୀ ମହୋତ୍ସବରେ ସକାଳ ୮ ଘଣ୍ଟା ୩୦ ମିନିଟରେ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ପୂଜକ ଭାବେ ପଣ୍ଡିତ କୁନୁ ପାଣିଗ୍ରାହୀ ପୂଜାକାର୍ଯ୍ୟ ତୁଲାଇଥିଲେ।

ଗ୍ରାମର ହନୁମାନ ପ୍ରଭୁଙ୍କର ପୂଜକ ମାନଭଞ୍ଜନ ପ୍ରଧାନ,ମନ ପ୍ରଧାନ,ଟଙ୍କଧର ପ୍ରଧାନ ଙ୍କ ସମେତ ଦୟାନିଧି ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ,ପବିତ୍ର ପ୍ରଧାନ ,ସୈ।ଦାଗର ଭୁଏ,ଭରତ ଗଡତିଆ,ଝସକେତନ ଗଡତିଆ, ସମିର ପ୍ରଧାନ,ଶିବୁ ପ୍ରଧାନ, ଦେବାଶିଷ ପ୍ରଧାନ, ପ୍ରଭୁଦତ୍ତ ପ୍ରଧାନ,ରୁପେଶ ନାଏକ ଙ୍କ ସହ ସମସ୍ତ ଗ୍ରାମବାସୀବୃନ୍ଦ ଏବଂ ଜୟ ହନୁମାନ ଦଳର କର୍ମକର୍ତ୍ତାଙ୍କ ଏହି ଉତ୍ସବରେ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା। ସକାଳ ୯ ରୁ ୧୦ ଘଣ୍ଟାରେ ଜୟ ହନୁମାନ ଦଳ ଲାଦେରପାଲି ଦ୍ଵାରା ଗେରୁଆ ବସ୍ତ୍ର ପରିଧାନ କରି ଘଣ୍ଟ ଶଂଖ, ହୁଳହୁଳି, ଗିନି ମୃଦଙ୍ଗ ର ତାଳେ ତାଳେ ଗାଁ ର ଯୁବକ, ଯୁବତୀ ମାଁ ଭଉଣୀ ମାନଙ୍କ ଦ୍ବାରା ଏକ ଭବ୍ୟ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଯାହା ଲାଦେରପାଲି ଗ୍ରାମ ପରିକ୍ରମା କରି ବୀର ହନୁମାନ ଙ୍କୁ ଅର୍ପଣ କରାଯାଇଥିଲା। ଦିନ ୧ ଘଣ୍ଟାରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ।ଦିନ ୩ ଘଣ୍ଟାରେ ପଣା ପ୍ରସାଦ ବିତରଣ ଏବଂ ଅପରାହ୍ନ ୫ ଘଣ୍ଟାରେ ଗାଁ ର ଯୁବକ ମାନଙ୍କ ଦ୍ବାରା କୁସ୍ତି କସରତ (ବାଡି ଖେଳ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯାହା ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ। ସନ୍ଧ୍ୟା ୭ ଘଣ୍ଟାରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ତାଲମେଣ୍ଡା ଏବଂ ଦେବାହାଲ ଗ୍ରାମର ସଂକିର୍ତ୍ତନ୍ୟ ଦଲ ସଂକିର୍ତ୍ତନ ପରିବେଷଣ କରିଥିଲେ ଏବଂ ରାତି ୧୧ ଘଣ୍ଟାରେ ମାଁ ବାଉତୀ ଅପେରା (ସରକଣ୍ଡା) ନାଟକ ପରିବେଷଣ କରିଥିଲେ। ମଧ୍ୟାହ୍ନ ୧ ଘଣ୍ଟାରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗ୍ରାମର ନୂତନ ଯୁବପିଢି ର ଅପ୍ରାଣ ଉଦ୍ୟମରେ ତଥା ସମସ୍ତ ଗ୍ରାମବାସୀ ସମ୍ପୂର୍ଣ ସହଯୋଗରେ ଲାଦେରପାଲିର ଏହି ହନୁମାନ ଜୟନ୍ତି ମହୋତ୍ସବ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବା ବେଳେ ଆଖପାଖ ଗ୍ରାମରୁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସମଗ୍ର ଗ୍ରାମଟି ଶାନ୍ତି ଶୃଙ୍ଖଳା ପରିବେଶ ଏବଂ ଗେରୁଆ ମୟ ହୋଇଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଅତାବିରା ପୋଲିସ ପ୍ରଶାସନର ସହଯୋଗ ରହିଥିଲା।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡ଼ିଶା।