ବୌଦ୍ଧ :ତା -୧୦/୦୩(ବିଏମସି ଟିଭି ଓଡ଼ିଆ )
ବୌଦ୍ଧ ବ୍ଲକ ଗୁଚ୍ଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁମୁରଜେନା ଓ ଉସ୍ମିମିଳକା ଗ୍ରାମ ବାସୀ ଙ୍କ ମିଳିତରେ ପୁତନା ଠାକୁର ଙ୍କ ନିକଟରେ ମନ୍ଦିର ବର୍ଣ୍ଣାଢ୍ୟ ପରିବେଶରେ ପୂଜାର୍ଚ୍ଚନା, ଆଳତି, ହୋମ ଯଜ୍ଞ ସହିତ ଏହା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ରାମ ଚନ୍ଦ୍ର ପଣ୍ଡା, ଓ ସଚୀନପୁରୋହିତ ଙ୍କ ପୂଜାର୍ଚ୍ଚନାରେ ସପତ୍ନୀକ ବିସିକେଶନ ପ୍ରଧାନ ଙ୍କ ଧର୍ମ ପତ୍ନୀ ଅନୁସୟା ପ୍ରଧାନ ଓ ବିସିକେସନ ଝାଙ୍କର ଙ୍କ ଧର୍ମ ପତ୍ନୀ କୁନିଝାଙ୍କର କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ବାବା ମଠ ର ମହନ୍ତ ସର୍ବେଶ୍ଵର ଦାସ ଙ୍କ ସମେତ ଗଣ୍ଡା ମେଣ୍ଡିଲି, ,ଶଶୀ ଗେଜ,ପଙ୍କଜ ପ୍ରଧାନ, ଶ୍ରବଣ ପ୍ରଧାନ, ସୁମନ୍ତ ଗେଜ, ସୁରେନ୍ଦ୍ର ଦେହୁରୀ,ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ ଅଞ୍ଚଳର ମହିଳା ନାମ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା। ଏହି ବର୍ଣ୍ଣାଢ୍ୟ ପ୍ରତିଷ୍ଠା ଉତ୍ସବକୁ କମିଟି ସଭାପତି ଗଣ୍ଡା ମେଣ୍ଡିଲି ଙ୍କ ନେତୃତ୍ୱରେ ଚନ୍ଦନ ପ୍ରଧାନ, ଆକାଶ ଗେଜ ପ୍ରହ୍ଲାଦ ମହାକୁଳ,ମଙ୍ଗୁଲୁ ଖେତୀ ପ୍ରମୁଖଙ୍କ ସହିତ ଲୁମୁରଜେନା, ଉସ୍ମିମିଲକା, ସାଲେଇପଡା, ଦମଡା, ଗୁନ୍ଦୁଲିଆ, ଗୁଚ୍ଛାପଡା ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ସହସ୍ରାଧିକ ଭକ୍ତ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ଅନ୍ନ ଭୋଗରେ ଆପ୍ୟାୟିତ କରାଯାଇଥିଲା।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମ ସି ନିୟୁଜ ଓଡ଼ିସା।