ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବଲାଙ୍ଗୀର ;ତା-୧୪/୦୪(ବିଏମସି ଟିଭି ଓଡ଼ିଆ)

ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ସ୍ମରଣିକା ଉନ୍ମୋଚିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଯଜ୍ଞାସେନି ସାହା, ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗ କୁମାର ସାହୁ ଯୋଗଦାନ କରିଥିବା ବେଳେ ସାହିତ୍ୟ ସଂସ୍କୃତି ର ସଭାପତି  ଜ୍ୟୋତି ପ୍ରକାଶ ଗଡତ୍ୟା,ସମ୍ପାଦକ ପ୍ରମୋଦ କୁମାର ପାଲ ଆୟୋଜନ କରିଥିଲେ । ବରିଷ୍ଠ କବି ତଥା ଲେଖକ ଭିକାରୀ ଚରଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସର ରେ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ବାର୍ଷିକ ସ୍ମରଣିକା ଉନ୍ମୋଚିତ ହେବା ସହ ଶିଳ୍ପୀ ସମ୍ମାନ, ଶିକ୍ଷା ସମ୍ମାନ, ବିଷୁବ ସମ୍ମାନ ରେ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବ ପାଳନ ଅବସର ରେ ଅନେକ ବରିଷ୍ଠ କବି,ଲେଖକ ସଦସ୍ୟ, ସଦସ୍ୟା ନିଜ ନିଜ ମତ ପ୍ରକାଶ କରିବା ସହ ନିଜ ଧର୍ମ, ସଂସ୍କୃତି ,ପରମ୍ପରା ଉପରେ ମତ ପ୍ରକାଶ କରିଥିଲେ । ଯୁଗଳ କିଶୋର ଷଡ଼ଙ୍ଗୀ, ରାଜୀବ ଲୋଚନ ପାଢ଼ୀ , ବିଶ୍ୱରାମ ଠାକୁର, ଭିକାରୀ ମିଶ୍ର,ସଞ୍ଜୟ ଅଗସ୍ତି, ଜଗନ୍ନାଥ ପଣ୍ଡା ତଥା ବହୁ ମାନ୍ୟ, ଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଥିଲେ ।


ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *