ମୟୂରଭଞ୍ଜ ; ତା-୧୬/୧୨(ବିଏମସି ଟିଭି ଓଡ଼ିଆ)
ହାଡ଼ଭଙ୍ଗା ଶୀତରେ ଥରୁଛି ବଣ, ଜଙ୍ଗଲ,
ପାହାଡ ଘେରା ସମ୍ପୂର୍ଣ୍ଣ ମୟୂରଭଞ୍ଜ ଜିଲ୍ଲା । ତେବେ ଜିଲ୍ଲାର ଶିମିଳିପାଳ ସାଙ୍ଗକୁ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।
ଶିମିଳିପାଳର ଉପରବାର୍ହାକାମୁଡରେ ଆଜି ସର୍ବନିମ୍ନ ୧° ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଚହଲା ୩° ଡିଗ୍ରୀ, ନାୟନା ୪°ଡିଗ୍ରୀ, ବୋରେହିପାଣି ରେ ୫°ଡିଗ୍ରୀ, ଗୁରୁଗୁଡ଼ିଆ ୬°ଡିଗ୍ରୀ ଏବଂ ରାମତୀର୍ଥରେ ୧୦°ତାପମାତ୍ରା ରେକର୍ଡ କରାଯାଇଛି । ଫଳରେ ବର୍ତ୍ତମାନର ଛାତିଥରା ଜାଦରେ ଧନଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି ।
ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଶିଶିରବିନ୍ଦୁ ସବୁ ବରଫ ହୋଇ ଯାଉଥିବା ଦେଖିବାକୁ ମିଳିଛି, ଏହାର ପ୍ରଭାବରେ ଜୀବଜନ୍ତୁ ଠାରୁ ଆରମ୍ଭ କରି ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଶୀତରୁ ରଖା ପାଇବା ପାଇଁ ନିଆଁ ପୁଇଁ ହୋଇ ଶୀତ ପ୍ରବାବରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ସୂଚନା ଅନୁଯାୟୀ ଆଗକୁ ଶୀତ ଆହୁରି ବଢିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।