ନୟାଗଡ଼ ;ତା-୧୭/୦୪(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲା କୁଂଜବନଗଡ଼ , ମହାବୀର କ୍ଷେତ୍ର ,ଦଶପଲ୍ଲା ରେ ୨୨୩ ବର୍ଷଧରି ଅନୁଷ୍ଠିତ ହେଉଥିବା ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ସୀତାହରଣ ଅନୁଷ୍ଠିତ ହେଉଥିବା ବେଳେ ୪୫ ଫୁଟ କାଷ୍ଠ ରେ ନିର୍ମିତ ସ୍ୱୟଂ ଚଳନ୍ତି ରାବଣ ପୂଜନ ପରଂପରା ଆରମ୍ଭ ହୋଇଥାଏ । ଶ୍ରେଷ୍ଠ ବ୍ରାହ୍ମଣ ବିଶ୍ରବା ନନ୍ଦନ ଶ୍ରୀ ରାବଣଙ୍କ ମହାଵୀରକ୍ଷେତ୍ର ଦଶପଲ୍ଲାରେ ଏକ ସ୍ଵତନ୍ତ୍ର ପରିଚୟ ଓ ସମ୍ମାନ ରହିଆସିଛି। ଏଠାରେ ରାବଣ ଙ୍କୁ ମାଳ, ମହାର୍ଘ ଅର୍ପଣ ସହିତ ସର୍ବଶ୍ରେଷ୍ଠ ସମ୍ମାନ ଦିଆଯାଏ । ଭାରତବର୍ଷର ବହୁତ କମ୍ ସ୍ଥାନରେ ରାବଣଙ୍କ ପ୍ରତି ଏଭଳି ସମ୍ମାନ ବ୍ୟକ୍ତ କରାଯାଏ..। ଦଶପଲ୍ଲା ରେ ବିଧି ଅନୁଯାଇ କାଷ୍ଠରେ ନିର୍ମିତ ଦଶାନନ ରାବଣ ଓ ପୁଷ୍ପକ ବିମାନ ତିଆରି ହୁଏ । ସବୁଠାରୁ ବଡ଼ କଥା ଯେ ମହାବୀର କ୍ଷେତ୍ର ଦଶପଲ୍ଲା ରେ ହିଁ ଶୋତ୍ରୀୟ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ବାରା ,କାଷ୍ଠ ନିର୍ମିତ ରାବଣ କୁ ଜୀବନ୍ୟାସ ଦେବା ବିଧି ରହିଅଛି । ଏଣୁ ପରଂପରା ଅନୁସାରେ ,ହଣ୍ଡାଏ ସୁ ସ୍ବାଦୁ ପଣା ଓ ବଡ଼ ବଡ଼ ଗଜ ମୁଆଁ ଭୋଗ ଲଗାଇଲା ପରେ କାଷ୍ଠ ନିର୍ମିତ ଚଳନ୍ତି ରାବଣକୁ ଛିଡା କରାଯାଏ । ଆଉ ଆଶ୍ଚର୍ଯ୍ୟ ର କଥା ଯେ ସେଇ ଭୋଗ ପଣା ଓ ମୁଆଁ କେହି ଭକ୍ଷଣ କରନ୍ତି ନାହିଁ। ତାହା ଭୂମିରେ ପୋତା ଯାଇଥାଏ ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।