ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ଉଦଯାପିତ।

ନୟାଗଡ଼ ;ତା-୧୨/୦(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆପଲି ଗ୍ରାମ ପରିସରରେ ରାଜ୍ୟ ସରକାର ଙ୍କ ବୃହତ ଯୋଜନା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ବିଭାଗ ଅନ୍ତର୍ଭୁକ୍ତ ଓଡିଶା ଜୀବିକା ମିଶନ ମାଧ୍ୟମରେ ଲକ୍ଷ୍ୟପତି ଦିଦି ଯୋଜନା ଆରମ୍ଭ ସାରା ରାଜ୍ୟରେ ଚାଲିଛି। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ନାରୀ ମାନଙ୍କୁ ପ୍ରାଧାନ୍ୟ ଦେଇ ସମାଜ ର ମୁଖ୍ୟ ସୋତ୍ରରେ ସାମିଲ କରିବାକୁ ଅନେକ ଯୋଜନା ମାନ ହାତକୁ ନେଇଛନ୍ତି। ଦେଶର ତଥା ରାଜ୍ୟର ବିକାଶ କରିବାକୁ ହେଲେ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇ ବିକାଶ ର ଧାରାରେ ସାମିଲ କରିବା ନିତାନ୍ତ ଆବଶ୍ୟକ। ଏ ପରିପ୍ରେକ୍ଷୀରେ ଓଡିଶା ସରକାର ତଥା ମୋହନ ସରକାର ଙ୍କ ଲକ୍ଷପତି ଯୋଜନା ଅନେକ ଆଶା ଆଣି ଦେଇଛି। ଏ କାର୍ଯ୍ୟକ୍ରମ କରି ମହିଳା ମାନେ ଜୀବନ ଜୀବିକା ତଥା ରୋଜଗାର ର ବିଭିନ୍ନ ପନ୍ଥା ଆପଣେଇ ଲକ୍ଷ୍ୟପତି ଦିଦି ହୋଇପାରିବେ। ତେବେ ମଧ୍ଯଖଣ୍ଡ ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଦୀର୍ଘ ୨୪ ଦିନ ଧରି ଚାଲିଥିବା ବେଳେ ବୁଧବାର ଦିନ ଏହାର ଉଦଯାପନୀ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ମଧ୍ୟଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ, ଏମ ବି କେ ମୁଖ୍ୟ ମାଳତୀ ପଣ୍ଡା, ମହାସଂଘ ର ସଭାପତି ରଶ୍ମିତା ଖମାରି, ସମ୍ପାଦକ କଳ୍ପନା କୁମାରୀ ମିଶ୍ର ଉପସ୍ଥିତ ଥିବା ବେଳେ ସ୍ୱୟଂ ସହାୟକ ର ସି ଆର ପି ଓ ଶତାଧିକ ମହିଳା ଉପସ୍ଥିତ ଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *