ସରାସିଂହ ଗ୍ରାମର ନାବାଳିକା ଧର୍ଷଣ କାରୀ ରାକ୍ଷସ ଗିରଫ ।

ଢେଙ୍କାନାଳ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ)

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଞ୍ଚାୟତର ସରାସିଂହ ଗ୍ରାମର ସାତବର୍ଷ ର ନାବାଳିକା ଗ୍ରାମ ନିକଟରେ ଥିବା ତାଳ ଖାଇବାକୁ ଯାଇଥିଲା କିନ୍ତୁ ତାକୁ ଏକୁଟିଆ ପାଇ ବଦାଳୁ ଗ୍ରାମର ଶିବ ନାରାୟଣ ସାହୁ ସେହି ତାଳ ଗଛ ନିକଟରେ ଦୁଷ୍କର୍ମ କରି ରକ୍ତାକ୍ତ ଓ ମୂର୍ମୂଷ ଅବସ୍ଥାରେ ତା ଉପରେ ତାଳ ବରଡା ଘୋଡାଇ ସେହି ସ୍ଥାନରୁ ଫେରାର ହୋଇଯାଇଥିଲା । ଏହି ଘଟଣା ୧୯/୪/୨୦୨୫ ତାରିଖ ଶନିବାର ଦିନ ଘଟିଥିଲା ଓ ଏହି ଘଟଣା ଘର ପରିବାର ଲୋକ ଖୋଜା ଖୋଜି ପରେ ସେହି ତାଳ ଗଛ ପାଖରୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ହୋଇଥିଲା ।ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରିଥିଲା ଏବଂ ଘଟଣା ବିଷୟ ରେ ହିନ୍ଦୋଳ ଥାନା ରେ ପରିବାର ଲୋକ ଲିଖିତ ଅଭିଯୋଗ କରିବା ପରେ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ହିନ୍ଦୋଳ ପୋଲିସ ସନ୍ଧନୀ କୁକୁର ଏବଂ ସମସ୍ତ ଥାନା ର ଅଧିକାରୀ ମାନେ ଘେରା ବନ୍ଦୀ କରି ଆସାମୀ କୁ ଧରି ଯେଉଁ ଜାଗାରେ ଦୁଷ୍କର୍ମ କରିଥିଲା ସେହି ଜାଗାକୁ ନେଇ ପଚରା ଉଚୁରା କରିଥିଲେ ଓ ଆସାମୀ ସବୁ ସତ କଥା ମାନି ଥିଲା ବୋଲି SDPO ସତ୍ୟ କୁମାର ନନ୍ଦ ଙ୍କ ସୂଚନା କ୍ରମେ ଏହି ଦୁଷ୍କର୍ମ କାରୀ ପିଶାଚ ତା ନିଜ ଶାଳୀ କୁ ଧର୍ଷଣ କରିବା ଅଭିଯୋଗରେ ତିନି ବର୍ଷ ଜେଲ ଯାଇଥିଲା ।ତେଣୁ ଏହି ଦୁଷ୍କର୍ମ କାରୀ ବିରୋଧରେ Hindol ps case no 110DTD 19.4.25 u/s 65(2)BNS r/w.Sec 4/6POCSO.Act.ଧର୍ଷଣକାରୀ ର ନାମ ଶିବ ନାରାୟଣ ସାହୁ, ଗ୍ରାମ ବଦାଳୁ ଓ ତା ନାମରେ R/w sec 3(2)(v)sc/st (PAO)Act ଏହିପରି ସଙ୍ଗୀନ ଦଫା ଲାଗିଛି ।ଏହି ଆସାମୀ କୁ କାଲି ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଙ୍କ ସୂଚନା ।

ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *