ନୟାଗଡ ;ତା-୧୯/୦୫(ବିଏମସି ଟିଭି ଓଡ଼ିଆ)
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର ଓ ଗଣିଆ ମଣ୍ଡଳର ଜିଲ୍ଲା ପ୍ରତିନିଧି ତଥା ଗଣିଆ ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତଯ୍ୟମି ମିଶ୍ର ଗଣିଆ ବ୍ଳକ ସ୍ଥିତ ରାସଙ୍ଗ ପଂଚାୟତର ଡଙ୍କାରିସାହି ଗ୍ରାମରେ ପହଂଚି ଅଗ୍ନିକାଣ୍ଡରେ ବେସହରା ଅଗ୍ନି ବିପନ୍ନ ପରିବାରକୁ ଭେଟିଥିଲେ । ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ନିତ୍ୟ ବ୍ୟବହାର ଜିନିଷ ପ୍ରଦାନ କରିଥିଲେ । ବିଜେପି କାଯ୍ୟକର୍ତ୍ତା ପ୍ରକାଶ ବେହେରା ଙ୍କ ସମେତ ଡ଼ଙ୍କାରୀସାହି ଗ୍ରାମର କିଛି ଗ୍ରାମବାସୀ ଉପସ୍ଥିତ ରହି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ । ସୁଚନା ଥାଉକି ଗତ ଶନିବାର ଅପରାହ୍ନରେ ଗଣିଆ ବ୍ଳକ ଅନ୍ତର୍ଗତ ରାସଙ୍ଗ ପଂଚାୟତର ଡଙ୍କାରିସାହି ଗ୍ରାମରେ ନିଆଁ ଲାଗି ୨ବଖରା ଘର ଭସ୍ମୀଭୁତ ହୋଇଯାଇଥିଲା ।

ଡଙ୍କାରିସାହି ଗ୍ରାମର ରୋହିତ ସେଠୀଙ୍କ ଘରେ ରୋଷେଇ କରୁଥିବା ସମୟରେ ହଠାତ ଚୁଲୀରୁ ନିଆଁ ଚାଳକୁ ଧରିଥିଲା । ଚାହୁଁ ଚାହୁଁ ନିଆଁ ଏତେ ଶୀଘ୍ର ବ୍ୟାପୀଗଲାଯେ ଆୟତ କରିବା ଅସମ୍ଭବ ହୋଇପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ାଙ୍କ ସମେତ ସମସ୍ତ କର୍ମଚାରୀମାନେ ପଂହଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଏତେ ପ୍ରଖର ଥିଲା ଯେ ସେଥିରେ ଘରର ଆସବାବପତ୍ର, ସମସ୍ତ ଖାଦ୍ୟ ସାମଗ୍ରୀ, ସୁନା ରୁପା, ଟଙ୍କା, ମୋବାଇଲ, ଟିଭି, ଆଲମାରୀ ସମେତ ନଗଦ ୬୦୦୦୦/- ଟଙ୍କା ସବୁ ପୋଡ଼ି ପାଉସଁ ହୋଇଯାଇଛି । ରାଜସ୍ୱ ବିଭାଗ ତରଫରୁ ତହସିଲଦାର ପ୍ରତିବାଳା ରଣା ରାଜସ୍ବ ନୀରୀକ୍ଷକ ସୁଶାନ୍ତ କୁମାର ବାରିକ ପଂହଚି କ୍ଷୟକ୍ଷତିର ଆକଳନ କରିବା ସହିତଘରକୁ ଘୋଡାଇବା ପାଇଁ ପାଲ ଦେଇଥିଲେ । କ୍ଷତିଗ୍ରସ୍ତ ଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ସହିତ ବ୍ଳକ ପ୍ରଶାସନ ତରଫରୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେବାକୁ କନ୍ଧମାଳ ସାଂସଦଙ୍କ ସହିତ ଆଲୋଚନା କରି ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ଗଣିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର କହିଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।