ରାଇରଙ୍ଗପୁର ;ତା-୧୧/୦୭(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଓ ତିରିଂ ବ୍ଲକର ର ଓଡିଶା ଡ୍ରାଇଭର ମହସଂଘ ର କର୍ମକର୍ତ୍ତାଗଣ ତିରିଂ ବଡର ଠାରେ ସେମାନଙ୍କର ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ରାଜରାସ୍ତାକୁ ଅବରୋଧ କରିଥିଲେ ।ସେମାନଙ୍କର ସାତଦଫା ଦାବୀଗୁଡିକ ହେଲା – ୧) ବୁତ୍ତିଗତ ଡ୍ରାଇଭର କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ ।୨) ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ । ୩) ଗାଡିଗୁଡିକ ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାର ଏବଂ ଶୌଚାଳୟ ବ୍ଯବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରାଯାଉ ।୪) ଓଡିଶା ମୋଟର ଟ୍ରାସପଟ ଡ୍ରାଇଭର ଏବଂ ୱାକର ୱେଲଫେୟର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ । ୫) ଓଡିଶାରେ ଥିବା ପ୍ରତ୍ଯେକ ଖଣିଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦ ଭାଗ ଡ୍ରାଇଭରଙ୍କୁ କାମକରିବା ପାଇଁ ଅଗ୍ରାଧିକାର ଦିଆଯାଉ । ୬) ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ।ଓ ୭) ପ୍ରତ୍ଯେକ ବୁତ୍ତିଗତ ଡ୍ରାଇଭରଙ୍କୁ ଗୁହ ନିର୍ମାଣ ପାଇଁ ଆବାସ ଯୋଜନାରେ ସାମିଲ କରାଯାଉ । ଏଥିରେ ବହଳଦା ବ୍ଲକର ସଭାପତି କ୍ରିଷ୍ଣା ନାଏକ, ଉପସଭାପତି ଅଭି ମହାକୁଡ, ସମ୍ପାଦକ ଦୁଖିଆ ମାଣ୍ଡି, କେଷାଧ୍ଯକ୍ଷ ଭକ୍ତ ମାର୍ଣ୍ଡି ତଥା କାର୍ଯ୍ଯକାରୀ ସଦସ୍ଯଗଣ ସହଯୋଗ କରିଥିଲା ବେଳେ ତିରିଂ ବ୍ଲକର ସଭାପତି ହରିଶ ମଣ୍ଡଳ, ଉପସଭାପତି ରାଜେଶ ବେହେରା, ସମ୍ପାଦକ ଲସର ମୁର୍ମୁ , କେଷାଧକ୍ଷ ସତ୍ଯବାନ ଧୀର ତଥା କାର୍ଯ୍ଯକାରୀ ସଦସ୍ଯଗଣ ପ୍ରମଖ ସହଯୋଗ କରିଥିଲେ ।ସୂଚନାଯୋଗ୍ଯ ଗତ ୮ ତାରିଖ ଓଡିଶା ଡ୍ରାଇଭର ମହାସଂଘ ଆଜି ଡାକରା ଦେଲେ ହେଁ ଆଜି ୯ ତାରିଖ ଦ୍ବି ଦିବସରେ ମଧ୍ଯ ଜୋରଦାର ପ୍ରଭାବ ଦେଖିବାକୁ ମିଳିଥିଲା ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।