ବଲାଙ୍ଗୀର ; ତା-୧୬/୦୨(ବିଏମସି ଟିଭି ଓଡ଼ିଆ)
ମୋର ବଳ,ବୟସ ଆଉ ନାହିଁ,ଏଇ ଖଣ୍ଡେ ବାଡି ର ସାହାରା ରେ ଏଇ ଜରୀ ପାଲ ଘୋଡ଼ା କୁଢିଆ ରେ ଦିନ କାଟୁଛି,ବଡ କଷ୍ଟରେ ତିନି ବର୍ଷ ପୁରିବାକୁ ବସିଲାଣି ମୋ ସ୍ବାମୀ ଙ୍କ ମୃତ୍ୟ ହୋଇ ଗଲା ପରେ ରହୁଥିବା ଘର ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଶାରେ କିଛି ଟଙ୍କା ମିଳିଥିଲା । ଘର ଭାଙ୍ଗି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି,ଏବେ ଟଙ୍କା ପାଇଁ ମୁଁ ଧାଇଁ, ଧାଇଁ ନିରାଶ ହୋଇ ସାରିଛି,ଏଇ କୁଡିଆ ରେ ମୋର ଜୀବନ ବିତୁଛି,କେହି ସାହା, ଭରଷା ନଥିବାବେଳେ ଆପଣ ଦୟା କରନ୍ତୁ ବୋଲି ଏହି ନିରାଶ୍ରୟ ବୃଦ୍ଧା ଗୁହାରୀ କରିଛନ୍ତି । ପ୍ରକାଶ ଯେ,ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ର ସୁକାନ୍ତି ରଣା ତାଙ୍କ ସ୍ଵାମୀ ବଞ୍ଚିଥିବା ବେଳେ ଆବାସ ଯୋଜନା ରେ ଗୃହ ନିର୍ମାଣ ଆରମ୍ଭ କରିଥିବା ବେଳେ କିଛି କିସ୍ତି ଟଙ୍କା ମିଳିଥିଲା । ଘର ଭଙ୍ଗା ଓ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ବେଳେ ଆଉ ଟଙ୍କା ପ୍ରଦାନ କରାଯାଇ ନାହିଁ । ଆଜି କାଲି କହି ପୌର ପରିଷଦ ଅଧିକାରୀ ଦିନ ଗଡ଼େଇ ଚାଲିଛନ୍ତି,ଆଗକୁ ଖରା ଆସିଲାଣି ଏବେ ମୋର ବୃଦ୍ଧା ଭତ୍ତା ଓ ପାଞ୍ଚ କେଜି ଚାଉଳ ରେ ବଡ କଷ୍ଟ ରେ ଚଳୁଛି କହି ଆମ ନିକଟ ରେ ଗୁହାରୀ କରିଛନ୍ତି ଏହି ବୃଦ୍ଧା ।ଖଣ୍ଡେ ବାଡି ନେଇ ବାରମ୍ବାର ସ୍ଥାନୀୟ ପୌର ପରିଷଦ,ବ୍ୟାଙ୍କ୍ ଆଦି ଧାଇଁ, ଧାଇଁ ସେ ବର୍ତ୍ତମାନ ନିରାଶ ହୋଇ ପଡିଥିବା ବେଳେ ତାଙ୍କ କିସ୍ତି ଟଙ୍କା ତାଙ୍କୁ ମିଳୁନି । ଏ ନେଇ ପୌର ପରିଷଦ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ରୁ ସେ ନୂତନ ରୂପେ ଯୋଗଦାନ କରିଥିବା ଓ କିଛି ଜାଣି ନ ଥିବା ପ୍ରକାଶ କରିଛନ୍ତି । ଦାୟିତ୍ଵ ରତ କର୍ମଚାରୀ ନାମକୁ ମାତ୍ର କିଛି ସମୟ ଏହି ପୌର ପରିଷଦ କୁ ଆସି ଚାଲିଯାଇ ଥାନ୍ତି ।ଏମତି ଅଭିଯୋଗ ଅନେକ ହିତାଧିକାରୀ କରି ଆସୁଥିବା ବେଳେ ନାନା ଆଳରେ ହଇରାଣ ହରକତ ର ଶିକାର ହେଉଛନ୍ତି ସାଧାରଣ ଲୋକେ ।ଏ ନେଇ ଏହି ବୃଦ୍ଧା ହିତାଧିକାରୀ ତାଙ୍କ ଗୃହ ନିର୍ମାଣ ଟଙ୍କା ପାଇବେ ଓ ହଇରାଣ , ହରକତ କରୁଥିବା ଅଧିକାରୀ,କର୍ମଚାରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହୋଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।