ଦଶପଲ୍ଲା ; ତା-୦୧/୦୫ ( ବିଏମସି ଟିଭି ଓଡ଼ିଆ )
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମ ନିକଟରେ ପାଞ୍ଚ ଭାୟା ପୀଠ ଅବସ୍ଥିତ। ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ଏହି ପୀଠ ଚଳଚଞ୍ଚଳ ହୋଇଉଠେ। ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ୱନୀ, ନଦିଆ କୀର୍ତନ ର ତାଳେ ତାଳେ ଭକ୍ତ ମାନେ ଝୁମି ଉଠନ୍ତି। ଆଧ୍ୟାତ୍ମିକ ପରିବେଶ ର ଗନ୍ଧ ବାରି ହୋଇଉଠେ। ହୋମ ଯଂଜ୍ଞ ସହ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥାଏ।

ପୁରାଣ କଥା ଅନୁସାରେ ଯେତେବେଳେ ପଞ୍ଚୁ ପାଣ୍ଡବ ବନବାସ ରେ ଆସିଥିଲେ ସେମାନେ ଏଇ ବାଟଦେଇ ଯିବାସମୟରେ ଗୋଟିଏ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଯେଉଁ ଗଛଟି ର ପାଞ୍ଚଟି ଶାଖା ଅଦ୍ୟବଧି ଦେଖାଯାଏ। ଅନ୍ୟ ଏକ କଥାନୁସାରେ ଏହି ଅକ୍ଷୟ ତୃତୀୟା ଦିନ ପୂଜାର୍ଚନା କଲେ ଭଲ ବର୍ଷା ହୁଏ ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ବିଶ୍ୱାସ ରହିଛି ଓ ଏଠାରେ ପ୍ରାର୍ଥନା କଲେ ଜଙ୍ଗଲ ମଧ୍ୟରେ ସମସ୍ତ ବାଧା ବିପତ୍ତି ଟଳି ଯାଏ ବୋଲି ଜନମତ ରହିଛି। ଆଜି ପ୍ରାୟ ତିନି ହଜାର ଭକ୍ତ ଙ୍କ ଏଠାରେ ସମାଗମ ହୋଇଥିବା ସୂଚନା ମିଳୁଛି। ମଧ୍ଯଖଣ୍ଡ ଗ୍ରାମବାସୀ ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ବିଶେଷ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।
