ରାୟଗଡ଼ା ;ତା-୧୨/୦୩(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲା ବିଷମ କଟକ ଗାୟତ୍ରୀ ପରିବାର ପକ୍ଷରୁ ରାଧାକୃଷ୍ଣ ମନ୍ଦିର ଠାରେ ଗାୟତ୍ରୀ ପଞ୍ଚକୁଣ୍ଡି ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏଥିରେ ଜ୍ୟୋତି କୋଳସ ଅଖଣ୍ଡଦୀପ ପ୍ରଜ୍ବଳିତ ରଥ ୧୯୨୬ ମସିହା ଠାରୁ ପ୍ରଯଳିତଦୀପ ରଥ ଉପରେ ଚାଲୁରହିଛି ।ଏହି ରଥ ହରିଦ୍ୱାର ଶାନ୍ତି କୁଞ୍ଜରୁ ଆସି ବିଷମକଟକ ସହର ପରିକ୍ରମା କରି ରାଧାକୃଷ୍ଣ ମନ୍ଦିର ଠାରେ ଗାୟତ୍ରୀ ପଞ୍ଚକୁଣ୍ଡି ଯଜ୍ଞ ପୂଜା ଏବଂ ବନ୍ଦନୀୟ ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାଦ୍ଧି ବର୍ଷ ୨୦୨୬ରେ ମହାପୂର୍ଣ ଆହୁତି ରଖଆଯାଇଛି ।

ଆଉ ସେଇ ପୂର୍ଣ୍ଣାଆହୁତି ରେ ଭାଗନେବା ପାଇଁ ଆଜି ବିଷମକଟକ ଗାୟତ୍ରୀ ପରିବାର ସମସ୍ତ ଗାୟତ୍ରୀ ଭକ୍ତ ଦେବଦୁର୍ଲଭ ଭକ୍ତଗଣ ମାନେ ଏବଂ ବିଷମକଟକ ଅଂଚଳ ର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ଏହି ଗାୟତ୍ରୀ ଉତ୍ସବ ସହ ପଞ୍ଚକୁଣ୍ଡି ଯଜ୍ଞ ରେ ଅଂଶ ଗ୍ରହଣ କରିଥିଲେ ।

ଏହି ଉଛବ ରେ ଆଖପାଖ ଅଞ୍ଚଳ ସହ ବିଷମ କଟକ ଅଞ୍ଚଳ ର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯକ୍ରମ ରେ ଅଂଶ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଏହି ଯଜ୍ଞ ରେ ହୁମ,ପୂଜା ଅର୍ଚନା ରେ ସମସ୍ତ ଗାୟତ୍ରୀ ପରିବାର ଅଂଶ ଗ୍ରହଣ କରିଥିଲେ । ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଲୋକଙ୍କ ସହଯୋଗ, ଶାନ୍ତି ଶୃଙ୍ଖଳା ରେ ଶ୍ରଦ୍ଧାଳୁ ମାନେ ଅଂଶ ଗ୍ରହଣ କରି ଅତି ଆନନ୍ଦ ରେ ପ୍ରସାଦ ସେବନ କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।