ଦଶପଲ୍ଲା କପ ଫୁଟବଲ ରେ ମହିଳା ଖେଳାଳି ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର।

ନୟାଗଡ ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)

ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟ ଅନୁକୂଲ୍ୟରେ ଚାଲିଥିବା ୨୬ ତମ ଆନ୍ତଃରାଜ୍ୟ ଦଶପଲ୍ଲା କପ ଫୁଟବଲ ଟୁର୍ନାମେଣ୍ଟ ର ଚିତାକର୍ଷକ ତଥା ଆକର୍ଷଣିୟ ଖେଳ ଅନୁଷ୍ଠିତ ହୋଇଛି। ମହିଳା ଖେଳାଳି ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ମ୍ୟାଚ ପୂର୍ବରୁ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ଥାନା ଅଧିକାରୀଣୀ ଅନିତା ସାହୁ ଯୋଗ ଦେଇ ଖେଳାଳି ମାନଙ୍କ ମଧ୍ୟରେ ପରିଚୟ ପ୍ରଦାନ ପରେ ଖେଳ ଆରମ୍ଭ ହୋଇଥିଲା।

ପ୍ରଥମ ଖେଳରେ ମହିଳା ଭୁବନେଶ୍ୱର ଦଳ ଝାରସୁଗୁଡା ଦଳକୁ ୨/୦ଗୋଲ ଦେଇ ବିଜୟୀ ହୋଇଛି। ସେହିଭଳି ଦ୍ୱିତୀୟ ଖେଳରେ ରାଉଲକେଲା ସହିତ ଚୌଦ୍ଵାର ଖେଳିଥିଲେ।ଚୌଦ୍ଵାର ୧/୦ଗୋଲରେ ରାଉଲକେଲା କୁ ପରାସ୍ତ କରିଥିଲା।ମହିଳା ଫାଇନାଲ ଖେଳରେ ଚୌଦ୍ଵାର ସହିତ ଭୁବନେଶ୍ୱର ମହିଳା ଦଳ ଖେଳିବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *