ବୌଦ୍ଧ ;ତା-୨୫/୦୨(ବିଏମସି ଟିଭି ଓଡ଼ିଆ)
ଡକାୟତି ଯୋଜନା ପଣ୍ଡ କଲା ମନମୁଣ୍ଡା ପୋଲିସ । ଗୁଦୁଗୁଦା ଛକ ରେ ଯୋଜନା କରୁଥିବା ବେଳେ ଚଢାଉ କଲା ପୋଲିସ । ୩ ଜଣ ଆନ୍ତଃରାଜ୍ୟ ଡକାୟତ ଙ୍କୁ ଗୋଡ଼ାଇ ଗୋଡ଼ାଇ ଦଶପଲ୍ଲା ରେ ଧରିଲା ପୋଲିସ। ଗୁଦୁଗୁଦା ରୁ ଦଶପଲ୍ଲା ୧୪୦ କିମି ପର୍ଯ୍ୟନ୍ତ ଗୋଡ଼ାଇ ଧରିଲା ପୋଲିସ। ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି ଓ ୩ ଟି ଆଇରନ ରଡ୍, କାର ଜବତ। ସମସ୍ତ ଡକାୟତ ଛତିଶଗଡ ର ହୋଇଥିବା ସୂଚନା । ଡକାୟତ ଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ।ଗିରଫ ଅଭିଯୁକ୍ତ ଛତିଶଗଡ ଜଞ୍ଜିରଚମ୍ପା ଜିଲ୍ଲାର ରଙ୍ଗ ଚନ୍ଦ୍ର ସାହୁ, ଦୟାବନ୍ତ ବାରେଥ ଓ ନାବାଳକ ଜଣକ ମହାସମୁଣ୍ଡ ଜିଲ୍ଲାରେ ୧୭ ବର୍ଷୀୟ ରାଜେଶ୍ ଲାହରେ। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।