ଗୁରୁସ୍ୱାମୀ ବିପିନ ବିହାରୀ ସାମଲ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ନୟାଗଡ  ; ତା-୦୭/୦୨(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସରରେ ଗୁରୁବାର ଦିନ ଗୁରୁସ୍ୱାମୀ ଭକ୍ତି ବିନୋଦ ବିପିନ ବିହାରୀ ସାମଲ ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଭୂ ଙ୍କ ମୁଖ ନିଃସୃତ ଦତ୍ତ ବାଣୀ କୁ ଲୋକଙ୍କ ପାଖରେ ପହଂଚାଇବା ରେ ତାଙ୍କର ଦକ୍ଷତା ତଥା  ତାଙ୍କ ବାଣୀ ର ମଧୁରତା ଉପସ୍ଥିତ ଜନସାଧାରଣ ଙ୍କୁ ବେଶ ଆକୃଷ୍ଟ କରିପାରିଥିଲା। ତେବେ ଏ ଅବସରରେ ମଧ୍ୟଖଣ୍ଡ ଓ ଆଖପାଖ ର ଜନସାଧାରଣ ଏକତ୍ରିତ ହୋଇ ଗୁରୁସ୍ୱାମୀ ଙ୍କୁ ଖୋଳ କୀର୍ତ୍ତନ ର ତାଳେ ତାଳେ ପାଛୋଟି ନେଇଥିଲେ। ତତ୍ପରେ ମଧ୍ଯଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ବେହେରା ଓ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ ତାଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ। ହଜାର ହଜାର ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଏହି ସତସଙ୍ଗ ତଥା ପ୍ରବଚନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ମୂଲ୍ୟବାନ କଥାକୁ ଶ୍ରବଣ କରିଥିଲେ। ଏଥିରେ  ଲୋକନାଥ ପ୍ରଧାନ, ପ୍ରହଲ୍ଲାଦ ପରିଡା,ମୃତ୍ୟୁଞ୍ଜୟ ପ୍ରଧାନ, ରଶ୍ମିରଂଜନ କର,ଫକୀର ଦଳେଇ ଆଦି ଯୋଗଦେବା ସହ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *