ଉପଜିଲ୍ଲାପାଳଙ୍କ   ପ୍ରତିଶୃତି ପରେ ବଡ଼ଶିଲିଙ୍ଗା ପଞ୍ଚାୟତବାସୀଙ୍କ ଆନ୍ଦୋଳନ ସ୍ଥଗିତ ।


         
ଗଣିଆ :-୦୮/୦୫/୨୫ (ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା  ଗଣିଆ ବ୍ଲକର ସୀମାନ୍ତ ବଣଜଙ୍ଗଲ ଘେରା ଆଦିବାସୀ ପ୍ରବଣ ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କ ଅନେକ ମୌଳିକ ସମସ୍ୟା  ଦୁଇ ଦିନ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା।   ଯାହାକୁ ନେଇ ମଙ୍ଗଳବାର ଅପରାହ୍ନରୁ ଭାରତୀୟ ବିକାଶ ପରିଷଦର ରାଜ୍ୟ  ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାଣିଗ୍ରାହୀ , ଉପସଭାପତି ନିରଞ୍ଜନ ଦାସ , ନୟାଗଡ଼ ଜିଲ୍ଲା ସଭାନେତ୍ରୀ କନକଲତା ପ୍ରଧାନ , ରାଜ୍ୟ ୟୁଥ୍ ସଭାନେତ୍ରୀ ସୁନିତା ପଟ୍ଟନାୟକ, ବଡଶିଲିଙ୍ଗା ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ, ସମିତି ସଭ୍ୟା ଜାନକୀ ଦେହୁରୀ , ଶତାଧିକ ମହିଳା ଓ ପୁରୁଷ ଗଣିଆ  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା  ଦେଇଥିଲେ   ।  ବଡଶିଲିଙ୍ଗା ପଞ୍ଚାୟତର ବିଭିନ୍ନ ଗ୍ରାମର ସମସ୍ୟା ସମ୍ପର୍କରେ ପ୍ରଶାସନ ତୁରନ୍ତ ସମାଧାନ ପାଇଁ ଗତ ୨ ତାରିଖରେ ୨୨ ଟି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ଦାବୀପତ୍ର ଦେଇଥିଲେ । ତେବେ ବିଭିନ୍ନ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ , ବିଦ୍ୟୁତ୍ ସଂଯୋଗ, ଆଶା ଓ ଅଙ୍ଗନୱାଡି କର୍ମୀ ନିଯୁକ୍ତି,  ଫୋନ୍ ଟାୱାର ନିର୍ମାଣ ଓ କାର୍ଯ୍ୟକ୍ଷମ, ପାନୀୟ ଜଳ ସମସ୍ୟା, କେନ୍ଦୁପତ୍ର ଫଡି , ପୋଖରୀ, କୋଠଘର, ସ୍ୱଛ ଭାରତ ପାଇଖାନା, ଆବାସ ଯୋଜନା , ଜଙ୍ଗଲଜମି ପଟ୍ଟା ପ୍ରଦାନ, ଜମିକୁ ଜଳସେଚନ ବ୍ୟବସ୍ଥା  , ବଡଶିଲିଙ୍ଗାରେ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ପରି ବିଭିନ୍ନ ସମସ୍ୟା ସମାଧାନ ସହ ବନ୍ୟପ୍ରାଣୀ ବିଭାଗ ତରଫରୁ ବିଭିନ୍ନ ଗ୍ରାମକୁ ନିର୍ମାଣ ହୋଇଥିବା ମାଟି ରାସ୍ତାର ଭିଜିଲାନ୍ସ ତଦନ୍ତ ସହ ବନ୍ୟପ୍ରାଣୀ  ବନଖଣ୍ଡ ଅଧିକାରୀଙ୍କ ବଦଳି ପରି ବିଭିନ୍ନ ଦାବୀ କରିଛନ୍ତି । ବୁଧବାର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ,ସହକାରୀ ବନ ସଂରକ୍ଷକ ଦେବୀ ପ୍ରସାଦ ରାଉତ, ଉପଖଣ୍ଡ ସ୍ତରୀୟ ଅଧିକାରୀ ବି ଏସ ଏନ ଏଲ ସମୀର କୁମାର ଦଳେଇ, ଗଣିଆ ଏସିଏଫ ସୁମନ ମାଝୀ, ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ସତ୍ୟଜିତ ମହାନ୍ତି, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ଧାରଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଗୁରୁବାର ଦିନ  ତୃତୀୟ ଦିନରେ ଅନସନ ସ୍ଥଳରୁ  ୫ଜଣ ଅନଶନକାରୀ ଙ୍କ ଦେହ ଅସୁସ୍ଥ ହେବାରୁ ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ରେ ଗଣିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ସାଲାଇନ ଇଞ୍ଜେକ୍ଶନ୍ ଦିଆଯିବା ସହିତ ମେଡ଼ିକାଲରେ ଆଡ଼ମିସନ କରାଯାଇଥିଲା। ଖବର ପାଇ ପୂର୍ବାହ୍ନରେ ନୟାଗଡ଼ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ  ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ  ମଧ୍ୟ କୌଣସି ସମାଧାନ ହୋଇନଥିଲା।  ପରେ  ଉପଜିଲ୍ଲାପାଳଙ୍କ  ସଭାପତିତ୍ୱରେ ଗଣିଆ ବିଡ଼ିଓଙ୍କ ଆବାହନରେ ପ୍ରତ୍ୟେକ ବିଭାଗକୁ ନେଇ ପଞ୍ଚାୟତର ଉର୍ନ୍ନତି ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ  ଏକ କମିଟି ଗଠନ କରାଯାଇ ପ୍ରତ୍ୟେକ ମାସରେ ଅଗ୍ରଗତି ଓ ତୁରାନ୍ୱିତ ପାଇଁ  ମାସିକ ବୈଠକ ଅନୁଷ୍ଠିତ କରାଯିବା ପାଇଁ ଉପଜିଲ୍ଲାପାଳ କହିଥିଲେ   । ଏହାକୁ ନେଇ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହିତ ଏଇ ବୈଠକରେ  ୭ ଜଣ ସଦସ୍ୟ ଉପସ୍ଥିତ ରହିବା ପାଇଁ ନିଷ୍ପତି ହୋଇଥିଲା । ଯଦିଓ ମାସେ କିମ୍ବା ଦୁଇମାସ ଭିତରେ କାଯ୍ୟରେ କୌଣସି ଅଗ୍ରଗତି ଦେଖାନଗଲେ ସ୍ଥଗିତ ରଖାଯାଇଥିବା ଧାରଣକୁ ଗଣ ଧାରଣାରେ ପରିଣତ କରିବା  ପାଇଁ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି।  ଶ୍ରୀ ପାଣିଗ୍ରାହୀ ଅତିରିକ୍ତ ଜିଲ୍ଲାପାଳ ନୟାଗଡ଼ଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ତିନି ଦିନିଆ ଆନ୍ଦୋଳନକୁ ସ୍ତଗିତ ଘୋଷଣା କରିଥିଲେ। ମୁସୁଗୁଡାରେ ପୋଷ୍ଟ ଅଫିସ ଥିଲେ ମଧ୍ୟ  କେହି କର୍ମଚାରୀ ଉପସ୍ଥିତ ରହୁ ନଥିଲେ , ଯାହାକୁ ନେଇ  ଉପଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଯାହାକୁ ନେଇ  ଡାକ ନିରୀକ୍ଷକ  ମୁସୁଗୁଡା ଯାଇ ତୁରନ୍ତ ଅଫିସରେ ରହିବା  ସହିତ ଦାୟିତ୍ୱ ତୁଲାଇବାକୁ କହିଥିଲେ । ଖଣ୍ଡପଡା ଭାରପ୍ରାପ୍ତ ଏସଡିପିଓ ଦେବେନ୍ଦ୍ର ମହାପାତ୍ର  ,ତହସିଲଦାର ପ୍ରୀତିବାଳl ରଣା , ବି.ଡି.ଓ  ସାଗର କୁମାର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା ଉପସ୍ଥିତ ଥିଲେ ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ

Leave a Reply

Your email address will not be published. Required fields are marked *