ନୟାଗଡ଼ ; ତା-୦୮/୧୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ଅକ୍ଷୟ କୁମାର ଅଗ୍ରୱାଲ,ଅତିରିକ୍ତ ଜିଲ୍ଲା ପାଳ କର୍ଣ୍ଣଦେବ ସମଦାର,ପି ଡି ଦେବଦତ୍ତ ପଣ୍ଡା, ଏ ଡ଼ି ଏମ ଦିଲ୍ଲୀପ କୁମାର ବଳ, ନୟାଗଡ଼ ଜିଲ୍ଲା ଏସ ପି ଏସ ସୁଶ୍ରୀ ଉପସ୍ଥିତରେ ଜଣ ଶୁଣାଣି ହୋଇଥିଲେ। ତତ ସହିତ ଏବିଡ଼ିଡିଓ ସାରଦା ପ୍ରସନ୍ନ ମହାନ୍ତି,ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ,ଦଶପଲ୍ଲା ଥାନା ଅଧିକାରୀ ଅନିତା ସାହୁ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ,ମେଡିକାଲ ଅଫିସର ସନ୍ଦୀପ ସ୍ୱାଇଁ,ଫରେଷ୍ଟର ଓ ଅନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଆଜି ମୋଟ ୧୦୭ଗୋଟି ମାମଲା ମଧ୍ୟରୁ ବ୍ୟକ୍ତିଗତ ୯୯ଗୋଟି ମାମଲା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୩ଗୋଟି ମାମଲା, ଗ୍ରାମ୍ୟ ବିବାଦ ୫ଗୋଟି ମାମଲା ଦରଖାସ୍ତ ହୋଇଥିଲା ବେଳେ ତୁରନ୍ତ ୨୫ଗୋଟି ମାମଲା ଫଇସଲା ହୋଇଥିଲା। ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଅବ୍ୟବ୍ୟସ୍ଥା ହୋଇଥିଲା। ଜନସାଧାରଣ ଙ୍କ ବସିବା ପାଇଁ ବ୍ୟାପକ ସୁବିଧା କରାଯାଇନଥିଲା। ସାମ୍ବାଦିକ ମାନଙ୍କୁ ମଧ୍ୟ ଉପେକ୍ଷା କରାଯାଇଥିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।