ଗଣିଆ ଠାରୁ ବଡମୁଳ ରାସ୍ତା ନିର୍ମାଣ ଦାବୀ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣା , ପ୍ରଶାସନ ର ପ୍ରତିଶୃତି ପାଣି ର ଗାର


 
ଗଣିଆ:-୦୯/୦୬/୨୫ (ବିଏମସି ଟିଭି ଓଡ଼ିଆ)

ରାସ୍ତା ସମସ୍ୟା ନେଇ ପ୍ରତିଦିନ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଛାମୁଣ୍ଡିଆ , ବଡଶିଲିଙ୍ଗା ଓ ରାସଙ୍ଗ ପଚାଂୟତବାସୀ ।ଗଣିଆ – ବଡମୂଳ ରାସ୍ତାର ଦୁରାବସ୍ଥା ସମ୍ପର୍କରେ କେବଳ ଯାତାୟତ କରୁଥିବା ଯାତ୍ରୀମାନେ ହିଁ କହିପାରିବେ ଯାତାୟତ ସମୟରେ କେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ସମସ୍ୟା ସମାଧାନ ନେଇ ଗତ ୨ବର୍ଷ ଧରି ଅଚଂଳବାସୀଙ୍କ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ତେବେ ସଂପୃକ୍ତ ଠିକାଦାର ନିଜର ମନ ମୁତାବକ ଇଛା ହେଲେ ରାସ୍ତାର କିଛି ଅଂଶ କାମ କରି ପକାଇ ରଖୁଛନ୍ତି । କେଉଁଠି ରାସ୍ତା ଖୋଳି ରଖାଯାଇଛି ତ ଆଉ କେଉଁଠି ଅଧାଗଢା କଂକ୍ରିଟ କରି ରଖାଯାଇଛି । ରାସ୍ତା ସମସ୍ୟା ସମାଧାନ ନେଇ ଅଚଂଳବାସୀଙ୍କ ତରଫରୁ ଗତ ଫ୍ରେବୃଆରୀ ମାସ ୩ ତାରିଖରେ ଗଣିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଅଚଟଂଳର ଶତାଧିକ ପୁରୁଷ ଓ ମହିଳା ଧାରଣାରେ ସାମିଲ ହୋଇଥିଲେ । ତେବେ ପରଦିନ ଫ୍ରେବୃଆରୀ ୪ ତାରିଖରେ ଧାରଣାସ୍ଥଳରେ ନୟାଗଡ ଉପଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ଗଣିଆ ତହସିଲଦାର ପହଚିଂ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ସମସ୍ତ ଦାବୀ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ପରିତାପର ବିଷୟ ପ୍ରଶାସନ ତରଫରୁ ଦିଆଯାଇଥିବା ପ୍ରତିଶୃତିର ଅବଧି ପରେ ୪ମାସ ବିତିଯାଇଥିବା ବେଳେ ରାସ୍ତା କାର୍ଯ୍ୟ ପୂର୍ବପରି ଅଧାପନ୍ତରିଆ ପଡିରହିଛି । ତେବେ ଏଥିପ୍ରତି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀମାନେ ସତେ ଯେମିତି ଅସହାୟ ହୋଇପଡିଥିବା ଅଚଂଳବାସୀ ଅନୁଭବ କରୁଥିବା କୁହନ୍ତି ଛାମୁଣ୍ଡିଆ ପଚାଂୟତର ବୟୋଜ୍ୟେଷ୍ଠ ନାଗରିକ କୃପାସିନ୍ଦୁ ନାୟକ । ଛାମୁଣ୍ଡିଆ  ବିକାଶ ମଞ୍ଚର ସଭାପତି ଜୟଦେବ ସାହୁ କୁହନ୍ତି , କାହା ପ୍ରଭାବରେ ଗଣିଆ – ଛାମୁଣ୍ଡିଆ ରାସ୍ତା କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଅଛି ସରକାର ଏଥିପ୍ରତି ଦୃଷ୍ଟିଦେଇ ଭିଜିଲାନ୍ସ ତଦନ୍ତ କରିବା ଆବଶ୍ୟକ । ଏହି ରାସ୍ତାର ବୃତଙ୍ଗ ସେତୁ ନିକଟରେ ଅଧପନ୍ତରିଆ କଂକ୍ରିଟ ସାଙ୍ଗକୁ ସଂପୃକ୍ତ ଠିକାଦାର ରାସ୍ତାର ଉଭୟ ପାଶ୍ୱର୍ରେ ବିଛାଇଥିବା ପଟ୍ଟୁମାଟ୍ଟି ବର୍ଷା ହେଲେ ରାସ୍ତାଉପରେ ଜମା ହେବା ଫଳରେ ଯାନବାହାନ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ତେବେ ଗଣିଆ ବଡମୂଳ ରାସ୍ତା ସମସ୍ୟା ତୁରନ୍ତ ସମାଧାନ ନହେଲେ ଅଚଂଳବାସୀଙ୍କ ତରଫରୁ ପୁଣିଥରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କହିଥିଲେ ।  ସୂଚନାଯୋଗ୍ୟ ଗତ ୭ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ଗଣିଆ ବଜାର ଠାରୁ କଳାପାଟ ଠାକୁରାଣୀ ପୀଠ ୧୦କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତାର ଅନେକସ୍ଥାନରେ ଗତ ୩ବର୍ଷ ହେବ ଖାଲଖମା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛିି । ଅନ୍ୟ ପରି ୨ୟ ପର୍ଯ୍ୟାୟରେ ଗତ ୨୦୨୨ ମସିହାରେ କଳାପାଟ ଠାକୁରାଣୀ ପୀଠ ଠାରୁ ବଡମୂଳ ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫କୋଟି ୨୫ଲକ୍ଷ ୨୧ହଜାର ଟଙ୍କା ମଞୁର ହୋଇଥିଲା । ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ଗତ ୨୦୨୨ ଫ୍ରେବୃଆରୀ ମାସ ୨୩ ତାରିଖରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ମାସ ୨୨ତାରିଖରେ ଶେଷ ହେବାର ଅବଧି ରହିଥିଲେ ହେଁ ଅଦ୍ୟାବଧୀ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନଥିବା ଦେଖାଯାଇଛି ।  ଯାହାକୁ ନେଇ  ଚାରିଗୋଟି ପଂଚାୟତର ୨୦ ରୁ ଊର୍ଧ୍ଵ ଗ୍ରାମବାସମାନେ ଜିଲ୍ଲାପାଳ ନୟାଗଡ଼ଙ୍କୁ ପତ୍ର ମାଧ୍ୟମରେ ବ୍ଲକ କାର୍ୟାଳୟ ସମ୍ମୁଖରେ ଧାରଣା ସହିତ ରାସ୍ତାରୋକ କରିବେ ବୋଲି ଜଣାଇଥିଲେ । ଏହାର ଏକକିଲା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ପୂର୍ତ୍ତ ଓ ରାସ୍ତା ନିର୍ମାଣ ମନ୍ତ୍ରୀ, ମାନ୍ୟବର ରାଜ୍ୟପାଳ, ମାନ୍ୟବର ସାଂସଦ, କନ୍ଧମାଳ, ମାନ୍ୟବର ବିଧାୟକ ଦଶପଲ୍ଲା, ଆରକ୍ଷୀ ଅଧିକ୍ଷକ ନୟାଗଡ଼, ତହସିଲଦାର ଗଣିଆ,  ବିଡ଼ିଓ ଗଣିଆ, ଅଧକ୍ଷା ପଂଚାୟତ ସମିତି ଗଣିଆ, ଗଣିଆ ଥାନା ଅଧିକାରୀ, ସରପଞ୍ଚ ସଂଘ ଗଣିଆ,ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିଲେ । ତେବେ ପ୍ରଶାସନ ତରଫରୁ ହୋଇଥିବା ପ୍ରତିଶୃତି ଫେଲ ମାରିବାରୁ ଜୁନ ୯ ତାରିଖ ସୋମବାର ଦିନ ୧୧ ଘଂଟିକା ଠାରୁ ଗଣିଆ ଡାକ ବଙ୍ଗଳାରୁ ଏକ ବିରାଟ ରାଲି ବାହାରି  ବ୍ଲକ କାର୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି। ଏ ହେଉଛି ବିକାଶ। ବିଗତ ସରକାର ଙ୍କ ବିକାଶ ର ଏହା ଏକ ଝଲକ ବୋଲି ଆଲୋଚନା ହେଉଛି ଓ ବର୍ତମାନ ର ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା ହେଉଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *