ରାୟଗଡ଼ା ;ତା-୨୭/୦୬(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ବିଷମକଟକ ସହର ରେ ମହାପ୍ରଭୁ ଜଗନ୍ନାଥ ଙ୍କ ବିରଳ ନନ୍ଦୀ ଘୋଷ ଯାତ୍ରା ମହା ସମାରୋହ ରେ ପାଳିତ ହୋଇଯାଇଛି । ଆଜି ମନ୍ଦିର ର ଦ୍ୱାର ଫିଟାଇଲା ପରେ ତିନି ମହାପ୍ରଭୁ ଙ୍କ ନୀତିକାନ୍ତି ଶେଷ କରାଯାଇଥିଲା ।ଆଜି ତିନି ଠାକୁର ଙ୍କ ନବ ଯୌବନ ପରେ ଆଜ୍ଞାମାଳ ଓ ପରେ ରଥକୁ ପହଣ୍ଡି କରିବା ପାଇଁ ଛେରା ପହଁରା କରାଯାଇଥିଲା ।

ପରେ ନିର୍ଦ୍ଧlରିତ ସମୟରେ ବଡ ଦେଉଳରୁ ରଥ ଉପର କୁ ପହଣ୍ଡି କରିଥିଲେ ପ୍ରଥମେ ବଳଭଦ୍ର ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତିପୁର୍ଣ ଭାବରେ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ କେତେବେଳେ ସାଙ୍ଗରେ ଭାଇ, ଭଉଣୀ ଙ୍କୁ ନେଇ ରଥାରୁଡ଼ ହୋଇ ଦର୍ଶନ ଦେବେ ଜଗତର ନାଥ ଜଗନ୍ନାଥ ।

ଅତି ସୁନ୍ଦର ସାଜସଜାରେ ରଥରେ ଚଡି ମାଉସୀ ମା ଗୁଣ୍ଡିଚା ଘରକୁ ପହଁଚି ଥିଲେ କାଳିଆ ସାହାନ୍ତ ଭକ୍ତମାନେ ଅତି ଆନନ୍ଦ ଉଲ୍ଲାସରେ ରଥ ଟାଣି ଖୁସି ହୋଇଥିଲେ ।ଏଥିରେ ପୋଲିସ ପ୍ରଶାସନର ସମ୍ପୂର୍ଣ୍ଣ ସହଜଗ ରେ ଶାନ୍ତି ଶୃଙ୍ଖଳା ରେ ରଥ ଟି ମାଉସୀ ମା ଙ୍କ ମନ୍ଦିରରେ ପହଞ୍ଚିଥିଲା ।ଏହି ରଥଯାତ୍ରା ରେ ହଜାର ହଜାର ସଂଖ୍ୟରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ଏକ ଆଧ୍ୟାତ୍ମିକ ସ୍ନେହ, ସମ୍ପର୍କର ପରିବେଶ ମଧ୍ୟରେ ରଥଯାତ୍ରା ଶେଷ ହୋଇଥିଲା ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।