ଭୁବନେଶ୍ୱର ; ତା-୦୫/୦୩ ( ବିଏମସି ଟିଭି ଓଡ଼ିଆ)
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବୁଧବାର ଏକ ବଡ଼ ଖବର ସାମନାକୁ ଆସିଛି । ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିବାବେଳେ ଚାବି ହଜିବା ରିପୋର୍ଟ ସର୍ବଜନୀନ ହେବନାହିଁ ବୋଲି କୁହାଯାଇଛି । କମିଶନଙ୍କ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଏପରିକି ସରକାର କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହନ୍ତି ବୋଲି କୁହାଯାଇଛି । କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବାକୁ ସରକାର ବାଧ୍ୟ ନୁହନ୍ତି ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା ୧୨ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟରେ ମାମଲା ହୋଇଥିଲା ।

ବିଏମସି ନ୍ୟୁଜ୍ ଓଡିଶା।