ନିଶାମୁକ୍ତ ଆଦର୍ଶ ଗ୍ରାମ କରିବାକୁ ଶପଥ ନେଲେ ବଡ଼ମୁଣ୍ଡାଲୋଇ ଗ୍ରାମବାସୀ।

ସମ୍ବଲପୁର :ତା.୨୮/୦୫(ବିଏମସି ଟିଭି ଓଡିଆ)

କୁଚିଣ୍ଡା ବ୍ଲକ ମହୁଲପାଲି ଥାନା ଅନ୍ତର୍ଗତ ବଡ଼ମୁଣ୍ଡାଲୋଇ ଗ୍ରାମକୁ ଆସନ୍ତା ମାସ ରୁ ନିଶାମୁକ୍ତ ଆଦର୍ଶ ଗ୍ରାମ କରିବାକୁ ଗ୍ରାମବାସୀ ଓ ମହିଳାମାନେ ମିଳିତ ଭାବରେ ଆଜି ଶପଥ ନେଇଛନ୍ତି । ଗ୍ରାମର ଗୌନ୍ତିଆ ତଥା ସାମାଜିକ କର୍ମୀ ପ୍ରମୋଦ କୁମାର ପଟେଲଙ୍କ ସଭାପତିତ୍ବରେ ଗ୍ରାମ ମଣ୍ଡପରେ ଆୟୋଜିତ ସମାବେଶରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ନିଶା ନିବାରଣ ଅଭିଯାନର ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମକୁ ନିଶାମୁକ୍ତ ଆଦର୍ଶ ଗ୍ରାମ କରିବାକୁ ପୂର୍ଣ୍ଣ ସମୟ ଦେବାକୁ ଆହ୍ବାନ ଦେଇଥିଲେ । ଜମନକିରା ବ୍ଲକ ନିଶା ନିବାରଣ ଅଭିଯାନର ଆବାହକ ସୂରୁମଣୀ ସୁନାନୀ, କୁଚିଣ୍ଡା ବ୍ଲକ ଆବାହକ ଦୁର୍ଯ୍ୟୋଧନ ମୁଣ୍ଡା, ପୂର୍ବତନ ସମିତି ସଭ୍ୟ ଧର୍ମଦାସ ରୋହିଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିଶାର ଅପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଏହି ସମାବେଶର ଆବାହିକା ବିମଳା ନାୟକ ସମାବେଶର ଉଦ୍ଦେଶ୍ୟ ଜ୍ଞପନ କରିଥିବା ବେଳେ ଅନ୍ୟ ତମ ଆବାହିକା ସୁଷମା ସିଂ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ବ୍ୟାପକ ଆଲୋଚନା ପରେ ଆସନ୍ତା ପାଞ୍ଚ ତାରିଖ ପର୍ଯ୍ୟନ୍ତ ଗାଁରେ ନିଶା ବିକ୍ରି ନ କରିବା ଓ ନିଶା ଖାଇ ଅତ୍ୟାଚାର ବନ୍ଦ କରିବାକୁ ନଶାଡି ଓ ନିଶା ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଚେତାବନୀ ଦେବା ସହ ଛଅ ତାରିଖ ଦିନ ଗ୍ରାମରେ ବିରାଟ ନିଶା ନିବାରଣ ଶୋଭାଯାତ୍ରା କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଛି । ଏହି ନିଶାମୁକ୍ତ ଆଲୋଚନାରେ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ଦିଗ୍‌ଦର୍ଶନରେ ଗଠିତ ନିଶାମୁକ୍ତ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ରଞ୍ଜିତା ଧୁରୁଆ, ସୁନନ୍ଦା ନାଏକ, ଚିତ୍ର ଲେଖା ପଟେଲ, ସୌଦାମିନୀ ଧୁରୁଆ, ପ୍ରମିଳା କୁମୁରା, ମିନାକ୍ଷୀ ମାଝୀ, ତୟନ୍ତି କରାଳୀ, ବିନୋଦିନୀ ନାୟକ, ତପସ୍ଵିନୀ ଧୁରୁଆ, କୌଶଲ୍ୟା ପଟେଲ, ରୋଜି ସିଂ ମହାପାତ୍ର, ସୁଭାଷିନୀ ଧୁରୁଆ, ଉଲ୍ଲାସ ମାକର୍, ଶାନ୍ତିଲତା ବରିହା, କୃଷ୍ଣ ନନ୍ଦ, ଆରତୀ ପାତ୍ର, ହିରକାନ୍ତି ପାତ୍ର, କିଆଫୁଲ ମାକର, ସୁଭାଷିନୀ ମାକର, ତୀର୍ଥବାସୀ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ସମସ୍ତେ ନିଜେ ନିଶା ନ ଖାଇବା ଓ ଅନ୍ୟମାନଙ୍କୁ ନିଶାରୁ ମୁକୁଲାଇବାକୁ ଶପଥ ନେଇଥିଲେ । ଶେଷରେ ସୁଷମା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *