ବରଗଡ ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଏଥର ଖୁବ୍ ଯାକଜମକରେ ଅନୁଷ୍ଠିତ ହେଉଥିବା ବେଳେ ଧନୁଯାତ୍ରା ର ସାଜସଜ୍ଜା ଦର୍ଶକଙ୍କ ମନ ମୋହି ନେଉଛି। ୭୭ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଏଥର କଂସ ଭୂମିକାରେ ଅଭିନୟ କରୁଛନ୍ତି ଭୁବନେଶ୍ୱର ପ୍ରଧାନ। ସମଗ୍ର ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଦର୍ଶକ ଧାଇଁ ଆସୁଛନ୍ତି ଧନୁଯାତ୍ରା ଦେଖିବାକୁ। ବରଗଡ଼ ପ୍ରଶାସନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନ ଧନୁଯାତ୍ରା ସୁରୁଖୁରୁରେ ଏବଂ ସ୍ୱଚ୍ଛ ଭାବରେ କିପରି ସମାପନ ହୋଇପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବରଗଡ଼ ଧନୁଯାତ୍ରା ମିନାବଜାର ରେ ରୋବୋଟିକ୍ ଏନିମଲ ଶୋ କୁ ଆଜି ବରଗଡ଼ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।କାରଣ ଏହି ଏନିମଲ ଶୋ ଟିକଟ ରେ କଟକ ବାଲିଯାତ୍ରା ବଦଲରେ ବରଗଡ଼ ଧନୁଯାତ୍ରା ଲେଖିବାକୁ ଦୁଇ ଦିନ ଆଗରୁ ବରଗଡ ସଚେତନ ନାଗରିକ ଙ୍କ ଅନୁରୋଧ କ୍ରମେ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଅନୁରୋଧ କରିବାରୁ ହଠାତ୍ ୧୦ ଜଣରୁ ଉର୍ଦ୍ଧ୍ବ ଦୁବୁତ୍ତ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ର ସଦସ୍ୟ ମାନଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ।

ଏହି ଘଟଣା ବିରୋଧରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ୨୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ରାଜ ରାସ୍ତା କୁ ଓହ୍ଲାଇ ଥିଲେ। ଅଭିଯୋଗ ଆଧାରରେ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଧନୁଯାତ୍ରା କମିଟିର ସଭାପତି ତଥା ଜିଲ୍ଲାପାଳ, ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ସହିତ ବରଗଡ଼ ଓକିଲ ସଂଘ, ସାମ୍ବାଦିକ ସଂଘ,କୋଶଲ୍ ସେନା, ସଂକଳ୍ପ ପରିବାର, ନିଷ୍ଠା ପରିବାର,ସେବା ଫାଉଣ୍ଡେସନ,ତୀରଙ୍ଗା କ୍ଲବ, ଫ୍ରେଣ୍ଡସ ଏ ହୋପ୍, କୋଶଲ୍ ମଜଦୂର ସଂଘ, ଜିଲ୍ଲା ସମାଜସେବୀ ସଂଗଠନ, ଜାଗୃତି ସେବା ଶକ୍ତି ସମେତ ବିଭିନ୍ନ ସଙ୍ଗଠନର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଫଳସ୍ୱରୁପ ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ରୋବୋଟିକ୍ ଏନିମଲ ଶୋ କୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବା ସହ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବରଗଡ଼ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ପକ୍ଷରେ ଏହି ଏନିମଲ ଶୋ ଟିକଟ ଦାମ ବେଶୀ ନେଉଥିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ।

ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡ଼ିଶା।