ଖୋର୍ଦ୍ଧା ;ତା-୦୮/୧୨(ବିଏମସି ଟିଭି ଓଡ଼ିଆ)
ସବୁ ବର୍ଷ ଭଳି ଏ ବର୍ଷ ରାଜ ସୁନାଖଳା ମହୋତ୍ସବ (କାଉଁରୀ)-୨୦୨୪ ମହା ଆଡ଼ମ୍ବରରେ ଆରମ୍ଭ ହୋଇ ଯାଇଛି।ଏହି ଉତ୍ସବ ସ୍ଥାନୀୟ ଲୋକ କଳା, ପରମ୍ପରା, ପ୍ରତିଭା, ସମସ୍ୟା ଆଦି ବିଭିନ୍ନ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ।
ଏହାର ସମାଧାନ ନିମନ୍ତେ ରାଜ ସୁନାଖଳା ମହୋତ୍ସବକୁ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସହ ରାଜ ସୁନାଖଳାର ଯୁବକ, ଗୁଣି ଜ୍ଞାନୀ , ବିଦ୍ୱାନ ମଣ୍ଡଳୀ, ବ୍ୟବସାୟୀ , ସ୍ଥାନୀୟ ଜନ ସାଧାରଣଙ୍କ ସହ ଯୋଗରେ ଷଷ୍ଠ ବର୍ଷରେ ପଦାର୍ପଣ କରିବା ସହ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲିବ ।
ବିଭିନ ପ୍ରକାର ର ଖାଦ୍ୟ ଷ୍ଟଲ୍, ଘରୋଇ ଉପକରଣ, ଦୋଳି ଆଦିର ଦୋକାନ ମାନ ଉତ୍ସବକୁ ଅତି ରଞ୍ଜିତ କରିବା ସହ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଛି । ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଓ ଜ୍ଞାନ ପରୀକ୍ଷା ନିମିତ୍ତ ଶିକ୍ଷକ ବଲଭ ପ୍ରଧାନଙ୍କ ପ୍ରାୟୋଜିତ ବିଭିନ୍ନ ପ୍ରଶ୍ନ ର ସଠିକ୍ ଉତ୍ତର ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ପରେ ପରେ ଗବଡିହ ଶାସନ ମହାବୀର ଆଶ୍ରମର ବାବା ଦୀନବନ୍ଧୁ ଦାସଙ୍କ ଦ୍ଵାରା ହନୁମାନ ଚାଳିଶା ପାଠ କରାଯାଇଥିଲା । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଖଞ୍ଜଣି ବାଦ୍ୟ ସହ ଭଜନ କୀର୍ତ୍ତନ, ପାଲା , ତାରେଶ୍ୱର୍ ଦେବ ନାମ ସଙ୍କୀର୍ତ୍ତନ ଦଳ ବାଙ୍କୋଇ, ଜନତା ନୋଡାଲ
ଉଚ୍ଚ ବିଦ୍ୟାଳୟ କୁଳାସର, ଆଦର୍ଶ ବିଦ୍ୟାଳୟ ପିଚୁକୁଳି ଆଦି ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ,କରାଯାଇ ଥିଲା ।ଉତ୍ସବକୁ ଆନୁଷ୍ଠାନିକ ଭାବେ ମହୋତ୍ସବ କମିଟି ସଭାପତି ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ , ମୂଖ୍ୟ ଅତିଥି ମାନ୍ୟବର
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବ୍ ରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଡଃ ସମ୍ବିତ ପାତ୍ର, ସମ୍ମାନୀତ ଅତିଥି ବିଧାୟକ ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର, ସମାଜ ସେବୀ ଶିବରାମ ମହାପାତ୍ର, ଲକ୍ଷ୍ମଣ ରଣା,ମଣ୍ଡଳ ସଭାପତି ବିଜେପି ଜୟନ୍ତ କୁମାର ନାୟକ, ମହୋତ୍ସବ ପ୍ରତିଷ୍ଠାତା ତଥା
ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ଆବାହକ ମହୋତ୍ସବ କମିଟି ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ରମୁଖ ରାଜ ସୁନାଖଳା ଇଷ୍ଟ ଦେବୀ ମା କାଉଁରୀ ଓ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରି ଶୁଭ ଉଦ୍ଘାଟନ କରିଥିଲେ ।ପରେ ପରେ ଉକ୍ତଳ ସଂଗୀତ ଗାନ କରାଯାଇଥିଲା।
ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରିବା ସହ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଅବହାନି ସଂଗୀତ ଗାନ କରାଯାଇଥିଲା । ସମ୍ପାଦକ ଜୟେନ୍ଦ୍ର ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।ସମ୍ପାଦକ ଜୟେନ୍ଦ୍ର ସଂପାଦକୀୟ ବିବରଣୀ ପଠନ କରି ଥିଲେ ।
ଆଦର୍ଶ ସରପଞ୍ଚ ଭାବରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଂଚାୟତ ସରପଂଚ ପ୍ରଦୀପ କୁମାର ବାରିକ , ସମାଜ ସେବୀ ମହିଳା ଭାବେ କୁଳାସର ପଂଚାୟତ ନୀଳପଲ୍ଲୀ ଗ୍ରାମର ପଦ୍ମିନୀ ସାହୁଙ୍କୁ ମହୋତ୍ସବ ତତଫରୁ ସମ୍ମାନୀତ କରାଯାଇଥିଲା ।
ନିଜ ନିଜ ବକ୍ତବ୍ୟରେ ରାଜ ରାଜ ସୁନାଖଳା ମହୋତ୍ସବ ର ଉତ୍ତୋରୁତ୍ତର ଉନ୍ନତି କାମନା କରିଥିଲେ । ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ ଦେଖିବାକୁ ମିଳିଥିଲା । ରଣପୁର ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିଲା ।