ଦୁବୁଲାବେଡା ଦେଶ ଜାହେରା ଠାରେ ଧୁମଧାମ ରେ ପାଳିତ ହେଲା ସାରହୁଲ୍ ପରବ।

ରାଇରଙ୍ଗପୁର ;ତା-୧୧/୦୩(ବିଏମସି ଟିଭି ଓଡ଼ିଆ)

ମୟୂରଭଞ୍ଜ ରେ ବାର ମାସ କୁ ତେର ପରବ ଅନୁଷ୍ଠିତ ହୋଇଥାଏ । ଏହି ତେର ପର୍ବ ମଧ୍ଯ ରୁ କୁଡୁମୀ ସଂପ୍ରଦାୟର ସାରହୁଲ୍ ପରବ ଅନ୍ୟତମ ଅଟେ । ଏହି ସାରହୁଲ୍ ପରେ ଦେହୁରୀ ଜାହେରା ଠାରେ ଗ୍ରାମଦେବୀ ଉଦ୍ଦେଶ୍ଯରେ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାରେ ବିଶେଷ ଭାବରେ ନବ ପଲ୍ଲବ ଶାଳ ଗଛର ଫୁଲ କୁ ପୂଜା କରିଥାନ୍ତି । କାରଣ କୁଡୁମୀ ଆଦିବାସୀ ମାନେ ପ୍ରକୁତି ପୂଜକ ଅନନ୍ତି ତେଣୁ ଗଛ ଶାଳ ଦେବତାଙ୍କୁ ପୂଜାର୍ଚ୍ଚନା କରି ପାରମ୍ପରିକ ରିତିନିତି ରେ ଗ୍ରାମର ସୁଖଃ ଶାନ୍ତି ନିମନ୍ତେ ଦେହୁରୀ ପୂର୍ବାହ୍ନ ରେ ପୂର୍ବାହ୍ନରେ ଜାହେରା ଠାରେ କରାଯାଇଥିଲା । ଅପରାହ୍ନ ରେ କୁଡମୀ ସଂପ୍ରଦାୟର ଲୋକ ଗୀତ ଲୋକ ନୃତ୍ଯ କଳାକାର ମାନଙ୍କୁ ସାରହୁଲ୍ ଆକଳାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଭାପତି ଗୁରୁ ଚରଣ ମହାନ୍ତ ,ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ମାର୍ଗ ଦର୍ଶକ ସୁବାସ ଚନ୍ଦ୍ର ମହାନ୍ତ , ରହିନା ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଦେବେନ୍ଦ୍ର ମହାନ୍ତ, ପ୍ରେମ୍ ଚାନ୍ଦ ମହାନ୍ତ, ଗୁଲଜାରୀ ମହାନ୍ତ , ବାବୁରାମ୍ ମହାନ୍ତ, ସତ୍ଯନାଥ ମହାନ୍ତ ଙ୍କ ପ୍ରୟାସ ରେ ଅନୁଷ୍ଠିତ ହୋଇଥିଲା ଓ ମୁଖ୍ଯ ଅତିଥି ଭାବେ କହ୍ଲାନ ବିଶ୍ବ ବିଦ୍ୟାଳୟ ର ପ୍ରଫେସର ସୁବାସ ମାହାତୋ ଉପସ୍ଥିତ ଥିଲେ ତାଙ୍କୁ ମଧ୍ଯ କମିଟି ପକ୍ଷ ରୁ ଭବ୍ଯ ସ୍ବାଗତ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଝୁମର ଗାୟକ ରଣଜୀତ ମାହାତ, ଗାୟିକା ସସ୍ନିତା ବାରିକ୍, ଗାୟିକା ଗୌରୀମଣି ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୁଡୁମୀ ସଂପ୍ରଦାୟର ସାମାଜିକ ନେତୃବୃନ୍ଦ ଙ୍କୁ ମଧ୍ଯ ସାରହୁଲ ପରବ ଅବରରେ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରି ଶେଷରେ ଦେହୁରୀ ବାବୁରାମ ମହାନ୍ତ ସାରହୁଲ ପରବ ଅବସରେ ଧନ୍ୟବାଦ ଅର୍ପଣ କରିଥିଲେ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *