ସ୍କୁଲ ଫାଟକ ବନ୍ଦ କରି ଧାରଣା ଦେଲେ ଛାତ୍ରଛାତ୍ରୀ।

କେନ୍ଦୁଝର ;ତା-୦୬/୦୨(ବିଏମସି ଟିଭି ଓଡ଼ିଆ)

କେନ୍ଦୁଝର, ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ କୁଣ୍ଡଳା ପଞ୍ଚାୟତର ମିରିଗିଖୋଜି କୁଣ୍ଡଳା ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ନବମ ଓ ଦଶମ ଶ୍ରେଣୀର ୬୮ ଜଣ ଛାତ୍ରଛାତ୍ରୀ ସ୍କୁଲ ଫାଟକ ସାମ୍ନାରେ ଧାରଣା ଦେଇ ବସିଛନ୍ତି। ଏହି ବିଦ୍ୟାଳୟରେ ଅନୁମୋଦିତ ଥିବା ୮ ଟି ଶିକ୍ଷକ ପଦବୀରୁ ଏବେ ମାତ୍ର ୨ ଜଣ ଅଛନ୍ତି। ଏହି ଦୁଇ ଜଣରୁ ଜଣେ ବିଜ୍ଞାନ ଶିକ୍ଷକ ତାରଚାନ୍ଦ ମହାନ୍ତି, ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିଲେ ମଧ୍ୟ ସ୍କୁଲ ଜମା ଆସୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ଆଉ ଜଣେ ବିଜ୍ଞାନ ଶିକ୍ଷକ ଶରତ ଚନ୍ଦ୍ର ସାହୁ କାମ ଚଳାଉଥିବା ଦେଖା ଯାଇଛି। ଏପଟେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା କରାଯାଉଥିବା ପିଲେ କହୁଛନ୍ତି। ପାଣିଆ ଡାଲିକୁ ଅଣ୍ଡା ସବୁ ଦିନେ ମିଳୁନି। ପ୍ରଧାନ ଶିକ୍ଷକ ପିଲାଙ୍କ ଷ୍ଟାଇପେଣ୍ଡ ଦେଉ ନଥିବା ଗୁରୁତର ଅଭିଯୋଗ ଆସିଛି। ତେଣୁ ସ୍ଥାନୀୟ ଲୋକଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଘୋର ବିରକ୍ତି ପ୍ରକାଶ କରିଛନ୍ତି। ଆଜି ବାଧ୍ୟ ହୋଇ ପିଲାମାନେ ସ୍କୁଲ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ତେବେ ଡିଇଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି କି ସେ ନୂଆ ଆସିଛନ୍ତି ସବୁ ବୁଝି ନିଶ୍ଚିତ ପଦକ୍ଷେପ ନେଉଛି। ସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହି ଅବ୍ୟବସ୍ଥା ତୁରନ୍ତ ଦୂର କରିବାକୁ ପ୍ରଶାସନକୁ ନିବେଦନ କରାଯାଇଛି।

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *