ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍ ଦ୍ବିତୀୟ ଦିବସ । – ବଲାଙ୍ଗୀର ହରାଇ ସେମିରେ ପ୍ରୟାଗରାଜ  ।

ପଦ୍ମପୁର ; ତା-୨୫/୧୨ (ବିଏମସି ଟିଭି ଓଡ଼ିଆ )


ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଦ୍ବିତୀୟ ଦିବସରେ ବଲାଙ୍ଗୀରକୁ ହରାଇ ପ୍ରୟାଗରାଜ ସେମି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ଦିର କମିଟି ସଭାପତି ମଙ୍ଗୁଲୁ ଚରଣ ସାହୁ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଭାଗିରଥି ଧରୁଆ ଓ ଛିନ୍ଦେଇକେଲା ସରପଞ୍ଚ ପ୍ରତିନିଧି ନନ୍ଦିକିଶୋର ନନ୍ଦ ଯୋଗଦେଇ ଉଦଘାଟନ କରିଥିଲେ।ପ୍ରୟାଗରାଜ( ୟୁପି) ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ ୮ ଓ୍ବିକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ସୌରଭ ଶୁକ୍ଳା ୪୯,ୟାଶ ସିଂ ୩୬,ବିକାଶ ଚୌହାନ ୩୧ ଓ ନିଶାନ୍ତ ସିଂ ୨୭ ରନ କରିଥିଲେ। ବଲାଙ୍ଗୀର ଦଳରୁ ବ୍ରିଜେଶ କୁମାର ୩ ଓ୍ବିକେଟ,ସୁଜିତ ଜେନା ୨ ଓ୍ବିକେଟ ଓ ଅମିତ ରାଉତ ୧ ଓ୍ବିକେଟ ନେଇଥିଲେ। ବଲାଙ୍ଗୀର ଦଳ ୧୯୧ ରନ ବିଜୟ ଲକ୍ଷ୍ୟ ନେଇ ସମସ୍ତ ଓ୍ବିକେଟ ହରାଇ ୧୭ ଓଭରରେ ୧୨୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବବଲୁ ପାଣିଗ୍ରାହୀ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ। ପ୍ରୟାଗରାଜ ଦଳରୁ ଏମଡି ଉମର ୩ ଓ୍ବିକେଟ, ନିଶାନ୍ତ ସିଂ, ଆଦର୍ଶ କୁମାର ୨ ଓ୍ବିକେଟ ଲେଖାଏଁ ନେଇଥିଲେ। ପ୍ରୟାଗରାଜ ବଲାଙ୍ଗୀର ଦଳକୁ ୭୦ ରନ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି।ଓସିଏ ଅମ୍ପାୟର ଚୂଡ଼ାମଣି ପାଢ଼ୀ ଓ ବିଶ୍ବାମ୍ବର ମହାକୁର ଖେଳ ପରିଚାଳନା କରିଥିଲେ। ଆକାଶ ସାହୁ ଓ ସୂରଜ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ ଓ ପ୍ରହ୍ଲାଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ସରପଞ୍ଚ ସୁଭାଷିନୀ ନନ୍ଦ ଯୋଗଦେଇ ପ୍ରୟାଗରାଜ ଦଳର ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଅଧିନାୟକ ଏମଡି ଉମରକୁ ମ୍ୟାନ ଅଫ୍ ମ୍ୟାଚ ଦେଇ ପୁରସ୍କୃତ କରିଥିଲେ। ପତିତପାବନ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ଅବସରରେ ଉପଦେଷ୍ଟା ପ୍ରମୋଦ ସାହୁ, ପ୍ରଶାନ୍ତ ସାହୁ, ନିରାକାର ରଣା ,ହେମସାଗର ସାହୁ,କମିଟି ସଭ୍ୟ ସିପୁନ ସାହୁ, ନରେଶ ସାହୁ, ରୂପକ ସେଠ,ନିକୁ ସାହୁ,ଗଜିନ ବରିହା,ରିଷଭ ସାହୁ ଓ ପୁସ୍ତମ ବଗର୍ତ୍ତୀ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି କଣ୍ଟାବାଞ୍ଜି ଓ ପ୍ରୟାଗରାଜ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ ବୋଲି ଉପଦେଷ୍ଟା ରୋହିତ ସାହୁ ସୂଚନା ଦେଇଛନ୍ତି ।


ପଦ୍ମପୁର ରୁ  ନିରୋଜ କୁମାର ପାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *