ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଦ୍ବୟଙ୍କ ଶ୍ରାଦ୍ଧ ଦିବସ ପାଳିତ।

ସମ୍ବଲପୁର ;ତା-୦୧/୦୩(ବିଏମସି ଟିଭି ଓଡିଆ )

ଦେଶର ଦୁଇ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ . ରାଜେନ୍ଦ୍ର ପ୍ରସାଦ ଓ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ସାତକମା ଉଚ୍ଚ ପ୍ରାଥମିକ ସ୍କୁଲ ସଭା ଗୃହଠାରେ ମିଳିତ ଭାବରେ ପାଳିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁରଭି ପଟେଲ , ହାଡ଼ିପାଲି ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ , ଗଜେନ୍ଦ୍ର ସାଥୁଆ, ନିର୍ମଳ

ସାହୁ, ସୁଶ୍ରୀ ଲଲାଟେନ୍ଦୁ ପଟେଲ, ରାମକୃଷ୍ଣ ପଟେଲ, ମନୋଜ ଭଞ୍ଜ , ବିପିନ ନାୟକ, ଅନନ୍ତ ପଟେଲ, କର୍ସେଲ, ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ପ୍ରମୁଖ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ସଭାପତି ଶ୍ରୀ ନାୟକ ଉଭୟ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରି ଦେଶ ପ୍ରତି ଉଭୟଙ୍କ ଅବଦାନକୁ ମନେ ପକାଇଥିଲେ । ପ୍ରଥମେ ସ୍କୁଲ ର ଛାତ୍ର,ଛାତ୍ରୀ ଦେଶପ୍ରେମ ମୂଳକ ସଙ୍ଗୀତ ଗାନ କରିଥିଲେ । ଶେଷରେ ସୁଶ୍ରୀ ମମୀତା ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *