ବରପାଲି କଲେଜର ନାମକରଣ ସ୍ଥାନୀୟ ବରପୁତ୍ରଙ୍କ ନାମରେ ନାମିତ କରିବାକୁ ବକ୍ତାମାନଙ୍କ ମତପ୍ରକାଶ।

ସମ୍ବଲପୁର ;ତା-୨୯/୧୨(ବିଏମସି ଟିଭି ଓଡିଆ)

ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦ୍ବିତୀୟ ଦିନରେ ପହଂଚିଛି । ଆଜିର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ପ୍ରଦୀପ ପୁରୋହିତ, ମାନ୍ୟବର ସାଂସଦ, ବରଗଡ଼ ଯୋଗଦେଇ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଧୁଭୂଷଣ ମିଶ୍ର ଏବଂ ମୁଖ୍ୟବକ୍ତା ଭାବରେ ଡ. ନୃପରାଜ ସାହୁ, କୁଳ ସଚିବ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୋଗଦେଇ ବରପାଲି ଅଞ୍ଚଳ ତଥା ମହାବିଦ୍ୟାଳୟର ଗୌରବମୟ ଇତିହାସର କଥା ସ୍ମରଣ କରାଇଥିଲେ ।

ଠିକ୍ ସେହିପରି ଦ୍ବିତୀୟ ଅଧିବେଶନରେ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା ସରକାର,  ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବରଗଡ଼ ଏବଂ  ଅଶୋକ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ, ବିଜେପୁର ପ୍ରମୁଖଙ୍କ ଭବ୍ୟ ଉପସ୍ଥିତିରେ କାର୍ଯ୍ୟକ୍ରମ ସୁଚାରୁରୂପେ ସଫଳ ହୋଇଥିଲା । ଏହି ମହାବିଦ୍ୟାଳୟକୁ ପଚାଶ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ଏହାର ନାମ କରଣ ହୋଇପାରିନାହିଁ । ବରପାଲି ଅଞ୍ଚଳର କୌଣସି ବରପୁତ୍ରଙ୍କ ନାମରେ ନାମିତ କରିବା ପାଇଁ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କ୍ରିଷ୍ଣା ଗ୍ରୁପ, ବଲାଙ୍ଗୀର ଓ କଳାଜୀବି, ବରଗଡ଼ର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *