ଆନନ୍ଦପୁର ;ତା-୨୮/୦୬(ବିଏମସି ଟିଭି ଓଡ଼ିଆ)
ଆନନ୍ଦପୁର ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜିଉ ଙ୍କ ଶ୍ରୀଗୁଣ୍ଡଚା ଯାତ୍ରା ଅନଷ୍ଠିତ ହୋଇଯାଇଛି। ରଥଯାତ୍ରା ଦିନ କବାଟ ଖୋଲାଯାଇ ଶ୍ରୀଜୀଉମାନଙ୍କର ଅବକାଶ, ମଇଲାମ,ମଙ୍ଗଳ ଆଳତି, ବେଶ,ସକାଳ ଧୂପ ପରେ ଯଥା ରୀତି ନୀତି ଅନୁଯାୟୀ ପହଣ୍ଡି କରାଯାଇ ଚତୁ୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା। ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ପରେ ଛେରା ପହଁରା କରାଯାଇଥିଲା।ପରେ ଚାରମାଳ ଫିଟାଯାଇ ଘୋଡ଼ା ଯୋଚ ଯିବା ପରେ ରଥ ଗଡିଥିଲ। ବହୁ ଦୂର ସ୍ଥାନରୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ରଥ ଯାତ୍ରାରେ ସାମିଲ ହୋଇଥିଲେ। ପ୍ରଶାସନ ଓ ମନ୍ଦିର କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଲୋକ ସମ୍ପର୍କ ଦ୍ଵାରା ରଥ ଯାତ୍ରା ବିବରଣୀ କରାଯାଇଥିଲା । ପୋଲିସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍ଵେଚ୍ଛାସବୀ, ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇ ରଥ ଯାତ୍ରା ସୁରୁଖୁରୁରେ ସମ୍ପାଦନ କରାଯାଇଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ମାଗଣା ରେ ପ୍ରସାଦ ବିତରଣ କରାଯାଇଥିଲା। ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟା ପୂର୍ବରୁ ରଥ ଗୁଣ୍ଡିଚା ବାଡ଼ିରେ ଲାଗିଥିଲା। ସନ୍ଧ୍ୟା ଧୂପ ଓ ଆଳତି ସମ୍ପାଦନ ପରେ ରଥ ଚାରମାଳ ବନ୍ଧାଯାଇ ସର୍ବସାଧାରଣ ଦର୍ଶନ କରାଯାଇଥିଲା। ରାତି ଏଗାରଟା ରେ ଶ୍ରୀଜୀଉ ମାନଙ୍କୁ ପହଣ୍ଡି କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା।
ଆନନ୍ଦପୁର ରୁ କୈଳାସ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।