ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତା ଙ୍କ ଶପଥପାଠ ସମାରୋହ ଅନୁଷ୍ଠିତ।

ନୟାଗଡ଼ ;ତା-୦୪/୦୪(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତା ଙ୍କ ଶପଥ ଗ୍ରହଣ ସମାରୋହ ନିର୍ବାଚନ ଅଧିକାରୀ  ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ରାଜ୍ୟ ବାର କଉନସିଲ ସଭ୍ୟ ପୀତବାସ ପଣ୍ଡା ଏବଂ ଅକ୍ଷୟ କୁମାର ସାମନ୍ତରାୟ ସ୍ୱତନ୍ତ୍ର ଅତିଥି ନିମନ୍ତ୍ରଣ କରାଯାଇ ଉଭୟ ଙ୍କୁ ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲ। ଓକିଲ ସଂଘ ର ନବନିରଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ  ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଭାବେ ସ୍ବଦେଶ ମିଶ୍ର,

ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ନୀରାକାର ମହଲ,ହରେକୃଷ୍ଣ ପ୍ରଧାନ, ବିଭୁଦତ୍ତ ସାହୁ ଏବଂ ସୁନୀଲ ମହାପାତ୍ର ଙ୍କୁ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ ପଦ ଗୋପନୀୟତା ର ଶପଥ ପାଠ କରାଇଥିଲେ ।ଏହି ସମାରୋହ ରେ ଦ୍ଵିତୀୟ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଦାଶ ସମସ୍ତ ଆଇନଜୀବୀ ମାନଙ୍କ ସହଯୋଗ କାମନା କରୁଥିଲେ ।ବହୁ ସଂଖ୍ୟାରେ ଆଇନଜୀବୀ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *