ନୟାଗଡ ;ତା-୨୪/୦୧(ବିଏମସି ଟିଭି ଓଡ଼ିଆ)
ଗଣିଆ ବ୍ଲକ ଅନ୍ତର୍ଗତ ଆରୋମିରା ଶିକ୍ଷା କେନ୍ଦ୍ର ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦଶମ ସ୍ଵନକ୍ଷତ୍ର ଉତ୍ସବ ଶୁକ୍ରବାର ଦିବା ୧ ଘଟିକା ସମୟରେ ଗଣିଆ ମଙ୍ଗଳମ୍ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ କିଶୋର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ, ରାସଙ୍ଗ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ନୁଆଗାଁ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ବିଜୟ କୁମାର ସାହୁ, ରଘୁନାଥ ଜୀଉ +୩ମହାବିଦ୍ୟାଳୟର ଅଧ୍ୟାପକ ଅଖିଳ ବିହାରୀ ହୋତା, କୁମ୍ଭାରପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ ଓ ଆରୋମିରା ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ରାଉତ ମଞ୍ଚାସିନଥିଲେ।ଶ୍ରୀମାଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।

ଗୋଟିଏ ଶିକ୍ଷାନୁଷ୍ଠାନ ଦୀର୍ଘ ୧୦ ବର୍ଷ ଧରି ସଫଳତା ବଜାୟ ରଖିଥିବାରୁ ଅରୋମିରା ଶିକ୍ଷା କେନ୍ଦ୍ର ର ପରିଚାଳିକା ବିଜୟଲକ୍ଷ୍ମୀ ରାଉତଙ୍କୁ ଅତିଥି ମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ୬ଷ୍ଠ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧୟନ କରି ଶତ ପ୍ରତିଶତ ସଫଳତା ସହ କୃତିତ୍ୱ ଅର୍ଜନ କରି ଅନୁଷ୍ଠାନ ର ଅଧକ୍ଷା ଙ୍କୁ ଅତିଥି ମାନେ ପ୍ରଶଂସା କରିଥିଲେ।

ଅନୁଷ୍ଠାନରେ ଆଧ୍ୟାତ୍ମିକତାକୁ ଗୁରୁତ୍ବ ଦେବାକୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ଅନୁରୋଧ କରିଥିଲେ । ଏହି ଅନୁଷ୍ଠାନକୁ ବିଭିନ୍ନ ଦିଗରେ ସହଯୋଗ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ସାମ୍ବାଦିକ ଦେବୀ ପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।