ଦଶପଲ୍ଲା:- ୦୬/୦୬/୨୫ (ବିଏମସି ଟିଭି ଓଡ଼ିଆ)
ଓଡିଶା ର ପର୍ବ ପର୍ବାଣୀ କହିଲେ ନ ସରେ। ଏଠି ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଅନେକ ନୀତିକାନ୍ତି, ପର୍ବ ପର୍ବାଣୀ ପାଳିତ ହୋଇଥାଏ। ଏଣୁ ଓଡ଼ିଆ ପର୍ବ ର ମହକ ଅଲଗା।ପ୍ରତି ପର୍ବ ର ପିଠା ପଣା ଅଲଗା ଅଲଗା।ଦଶପଲ୍ଲା ପଞ୍ଚାୟତ ସମିତି ପକ୍ଷରୁ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ୨୦ଗୋଟି ପଞ୍ଚାୟତ ମଧ୍ୟରୁ ୧୬ଗୋଟି ପଞ୍ଚାୟତ ଏବଂ ଏନ ଏ ସି ରୁ ୨ ଏସ ଏଚ ଜି ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାର ର ସୁସ୍ୱାଦୁ ବ୍ୟଞ୍ଜନ ର ସମ୍ଭାର ଦେଖିବାକୁ ମିଳିଥିଲା। ତେବେ ଏତେ ଉଚ୍ଚକୋଟୀର ଖାଦ୍ୟ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ହୋଇଥିବା ବେଳେ ବିଚାରକ ମଣ୍ଡଳୀ ମଧ୍ୟ ହରଡ଼ ଘଣାରେ ପଡିଯାଇଥିଲେ। ଏହି ଖାଦ୍ୟ ପ୍ରତିଯୋଗିତା ର ବିଚାରକ ଭାବେ କୃଷ୍ଣ ପ୍ରିୟା ଦେବୀ ମହାବିଦ୍ୟାଳୟ ର ଅଧକ୍ଷ ପୂର୍ଣ୍ଣମାସୀ ଦେବୀ ଖାଦ୍ୟ ର ମାନଦଣ୍ଡ ପରଖି ଥିଲେ।ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନରେ ଡିହଗାଓଁ ପଞ୍ଚାୟତର ମା ଗୃହଲଷ୍ମୀ ମହିଳା ଗୋଷ୍ଠି ଏବଂଦ୍ୱିତୀୟ ସ୍ଥାନରେ ଘୁଗୁଡିପଡା ଗ୍ରାମପଞ୍ଚାୟତ ସରଧାପୁର ଗ୍ରାମର ମା ଗ୍ରାମଦେବତୀ ମହିଳା ଗୋଷ୍ଠିଙ୍କ ନାମ ବିଚାରକଙ୍କ ପକ୍ଷରୁ ଘୋଷଣା କରିବା ସହିତ ଜିଲ୍ଲା ସ୍ତରରେ ପୁରସ୍କାର ପ୍ରଦାନ କରାଯିବ।ପ୍ରଥମ ପ୍ରତିଯୋଗି ଙ୍କୁ ୫୦୦୦ଟଙ୍କା ଓ ଦ୍ୱିତୀୟ ପ୍ରତିଯୋଗିଙ୍କୁ ୪୦୦୦ଟଙ୍କା ପ୍ରଦାନ କରାଯିବ।ଏ ସମୟରେ କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ଏନ ଏ ସି ପ୍ରତିନିଧି ଅଞ୍ଜନ କୁମାର ଦାସ,ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧକ୍ଷା ସୁନନ୍ଦା ସାହୁ, ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ
ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।