ମାଲକାନଗିରି ; ତା-୨୭/୦୧(ବିଏମସି ଟିଭି ଓଡ଼ିଆ)
ସିନ୍ଧିଗୁଡ଼ା ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଦୁଲିପଡ଼ା ସରକାରୀ (ଏସ.ଏସ.ଡ଼ି) ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ୱାଗା ମାଡ଼ି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଡୁମୁଳୁଗୁମ୍ମା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ପରକନମାଳା ସରପଞ୍ଚ ମେନକାଶ୍ରୀ ଶିଶା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନାଦେଇ ଟାଟୁ, ପାଣିଘାଟା ଆଞ୍ଚଳିକ ସାଧନ କର୍ମୀ କର୍ଣ୍ଣ ଭତ୍ରା, ଖଇରପୁଟ ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରଘୁ ନାୟକ, ପାଣିଘାଟା ପ୍ରଧାନଶିକ୍ଷକ ବ୍ରଜ ନାରାୟଣ ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚରେ ମଞ୍ଚାସିନ ଥିଲେ।

ଅତିରିକ୍ତ ପ୍ରଧାନ ସେବକ ଶ୍ରୀକାନ୍ତ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ଭଲ ମନ୍ଦ ବିଷୟରେ ଅତିଥି ମାନଙ୍କ ଆଗରେ ରଖିଥିଲି। ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ନିଜ ନିଜର ବକ୍ତ୍ୟବ ରଖିଥିଲେ। ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ସେବକ, ସେବିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।