ମାଲକାନଗିରି ; ତା-୦୫/୦୨ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜ଼ିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ହାତୀଆମ୍ବା ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ ମଣ୍ଡଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମଞ୍ଜୁଳା ଶିଷା , ମୁଖ୍ୟ ବକ୍ତା ଭାବେ ତଥା ମଞ୍ଚ ପରିଚାଳକ ଭାବେ କେଏମଆରଏସ ବାଲିମେଳା ଅଧ୍ୟକ୍ଷ ଚିତ୍ତ ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ବାର୍ଷିକ ପୁରଷ୍କାର ବିତରଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ କୋରୁକୋଣ୍ଡା ଜନଜାତି ସମ୍ପ୍ରସାରଣ ଅଧିକାରୀ ପ୍ରିୟବ୍ରତ ଦଣ୍ଡପଟ , ପଟେଲ ଆଶ୍ରମ ସ୍କୁଲର ଶିକ୍ଷକ ବାସୁଦେବ ମାଝୀ , ମାରିବାଡା ଆଶ୍ରମ ସ୍କୁଲ ଶିକ୍ଷକ ସତ୍ୟବାନ ପାତ୍ର , ତୁମସାପଲ୍ଲୀ ଆଶ୍ରମ ସ୍କୁଲ ଶିକ୍ଷକ ରାମପ୍ରସାଦ ପଟ୍ଟନାୟକ , ପର୍କନମଲା ଆଶ୍ରମ ସ୍କୁଲ ଶିକ୍ଷକ ଲଷ୍ମୀନାରାୟଣ ରଥ , ନନ୍ଦିନୀଗୁଡା ଆଶ୍ରମ ସ୍କୁଲ ଶିକ୍ଷକ ଟି. ଈଶ୍ୱର ରାଓ , ରାସବେଡା ଆଶ୍ରମ ସ୍କୁଲ ଶିକ୍ଷକ ଅଭୟ କୁମାର ମହାନ୍ତି ଓ ସ୍କୁଲ ପାରିଚାଳନା କମିଟି ସଭାପତି ହରିବନ୍ଧୁ ହନ୍ତାଳ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ସମାଜସେଵୀ ତଥା ଜିଲ୍ଲା ସାମ୍ବାଦିକ ହିମାଂଶୁ ଶେଖର ସ୍ୱାଇଁ ଓ ବିଦ୍ୟାଳୟ ର ଶିକ୍ଷକ ବିନଦ ବିହାରୀ ପାତ୍ର, ଶିକ୍ଷୟିତ୍ରୀ ସ୍ନେହଲତା ମିଶ୍ର, ସ୍ନେହମୟୀ ଭଳ, ବରିଷ୍ଠ ଶିକ୍ଷକ ଧୀରେନ କୁମାର ବେହେରା, ଦୁର୍ଯ୍ୟୋଧନ କିର୍ଶନୀ, ନନ୍ଦନ କୁମାର ପଣ୍ଡା ଏବଂ ମେଟ୍ରୋନ ସ୍ଵର୍ଣଲତା ପୃଷ୍ଟୀ ଓ ସମସ୍ତ ମଣ୍ଡଳ ସଂଯୋଜକ ମାନେ ଉକ୍ତ କାର୍ଯ୍ୟକ୍ରମରେ ସାହାଯ୍ଯ ଓ ସହଯୋଗ କରିଥିଲେ ।

ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ସାଟିର୍ଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଇତି ମଧ୍ୟରେ ତୃତୀୟ ଶ୍ରେଣୀ ର ଛାତ୍ରୀ କୁମାରୀ ତୁଳସୀ ପାଙ୍ଗି ସୁନ୍ଦର ନୃତ୍ୟ ପରିବେଷଣ କରି ଅତିଥି ମାନଙ୍କୁ ମନମୁଗ୍ଧ କରି ଥିଲେ ।
ମାଲକାନଗିରିରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ବାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।
