କେନ୍ଦୁଝର ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)
କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ କାର୍ଯ୍ୟାଳୟ ନିକଟ ପଡ଼ିଆରେ ଆଜି ବାଥୁଡି ସାଂସ୍କୃତିକ ସମାଜର ତୃତୀୟ ବାର୍ଷିକ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମରେ ବାଥୁଡି ସାଂସ୍କୃତିକ ସମାଜର ସଭାପତି ରବି ନାଏକ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ବିଶିଷ୍ଟ ଅତିଥି ଭାବେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରେଭେନ୍ସା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରାଜା କୁମାର ନାଏକ ଯୋଗ ଦେଇଥିଲେ। ସଂମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ବିଜୟ ନାଏକ, ବାଥୁଡି ସାଂସ୍କୃତିକ ସମାଜ ସମନ୍ୱୟ କମିଟିର ଦେବେନ୍ଦ୍ର ନାଏକ, ଜଶିପୁର ଜିଲ୍ଲା ପରିଷଦ ସଦସ୍ୟା ମିନତୀ ନାଏକ, ଅଧ୍ୟାପିକା ପ୍ରିୟଦର୍ଶୀନୀ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ସାହାରପଡା ସରପଞ୍ଚ ପଦ୍ମଲୋଚନ ନାଏକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ବାଥୁଡି ସମାଜର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କିପରି ବଜାୟ ରହିବ ସେବିଷୟରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ପାଶ୍ଚାତ୍ୟ ସଂସ୍କୃତି ଠୁ ଦୁରେଇ ରହି ନିଜ ସଂସ୍କୃତି କିପରି ବଞ୍ଚି ରହିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସଂସ୍କୃତି ବଞ୍ଚିଲେ ଏ ଜାତି ବଞ୍ଚିବ ବୋଲି ବକ୍ତା ମାନେ କହିଥିଲେ। ସଭା ଶେଷରେ ବାଥୁଡି ସଂସ୍କୃତି ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।