ରାୟଗଡ଼ା ;ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଆଜି ଚଇତି ଶେଷ ରଜନୀ ଧୁମ ଧାମରେ ପାଳନ ହୋଇଛି ।ଚଳିତ ବର୍ଷ ଚଇତି ୬କୋଟି ଟଙ୍କାର ବ୍ୟବସାୟ କରି ଉଲ୍ଲେଖନୀୟ ସଫଳ ହାସଲ କରିଛି ।ଚତୁର୍ଥ ରାଜନୀରେ ଦର୍ଶକ ଲୋକ କଳା ସହ ମଣ୍ଟୁ ଛୁରୀଆଙ୍କ ଗୀତରେ ଭରପୁର ଉପଭୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ କିରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ଜିଲ୍ଲାକୁ ସର୍ବୋଚ୍ଚ ଜିଲ୍ଲାରେ ସାମିଲ କରିବା ପାଇଁ ଏକତ୍ରିତ ହେବାକୁ ନିବେଦନ କରିଥିଲେ । ପ୍ରକୃତିର ସମ୍ଭାର ଆମ ଜିଲ୍ଲାକୁ ପର୍ଯ୍ୟଟନ ହବ କରିବାକୁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ହେବ ବୋଲି ନିଜ ଅଭିଭାଷଣ ରଖିଥିଲେ ।ଗାଁ ଗହଳିରେ ଲୁକାୟିତ ଭାବେ କଳା ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବାର ମାଧ୍ୟମ ସାଜିଛି ଚଇତି ।ଜିଲ୍ଲାର ୮୦ ପ୍ରତିଶତ ଆଦିବାସୀଙ୍କ ଚଇତି ପ୍ରମୁଖ ପର୍ବ ପାଲଟିଲାଣି । ଆମ ଜିଲ୍ଲାର ବିକାଶ ଧାରା ତ୍ୱରାନ୍ୱିତ ପାଇଁ ସାମିଲ ହେବା ନେଇ ମୁଖ୍ୟ ବକ୍ତା ଭାବେ ବିଷମକଟକ ବିଧାୟକ ନୀଳମାଧଵ ହିକକା । ଅନ୍ତିମ ରଜନୀର ସମ୍ମାନିତ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,ଜିଲ୍ଲାପାଳ ପାରୁଲ ପଟାୱରୀ, ଜିଲାପରିଷଦ ଅଧକ୍ଷା ସରସ୍ବତୀ ମାଝି, ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ଜିଲାପରିଷଦ ଉପସଭାପତି ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ଦେଇଥିଲେ ।ଜିଲ୍ଲାପାଳ ପାରୁଲ ପଟାୱରୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଡିଆରଡିଏ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମସ୍ତ ଜିଲାପରିଷଦ ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡିଶା ସିଭିଲ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସୁନୀଲଶବର, ସୁନିତା ବେହୁରି, ପ୍ରାଚୀପ୍ରୀୟା ଦଳାଇ, ସୁନୀଲ କୀଲାକା,ଲକ୍ଷେଶ୍ୱରୀ ମାଝି, କ୍ରୀଡ଼ାବିତ ସ୍ଵାତି ପ୍ରିୟା ପ୍ରଧାନ, ଅଧ୍ୟାପକ ଡଃ ଈଶ୍ୱର ଚନ୍ଦ୍ର ନାୟକ, ସହକାରୀ ଅଧ୍ୟାପକ ଡଃ ମହେଶ୍ୱର ଦୁରିଆ, ଡଃ ଗୀତାଞ୍ଜଳି ନାୟକ, ରାଜେଶ ବିଶ୍ୱାଳଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସେହିଭଳି ଉଚତ୍ତମ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ନିମନ୍ତେ ପ୍ରଥମ ସ୍ଥାନ ପାଇଥିବା ଉଦ୍ୟାନ ବିଭାଗ, ଦ୍ୱିତୀୟ ସ୍ଥାନରେ ଜଳଛାୟା ବିଭାଗ, ତୃତୀତ ସ୍ଥାନରେ ଜିଲା ନିୟୋଜନ ବିଭାଗକୁ ସମ୍ମାନିତ କରାଯାଇଛି। ଅପରପକ୍ଷରେ ଜୟପୁର ସତ୍ୟସାଇ ଏସଏଚଜି, ଗୋପୀନାଥ ଏସଏଚଜି ଏବଂ ଧରଃତିପେନୁ ଫାର୍ମେରକୁ ଉଲ୍ଲେଖନୀୟ ବ୍ୟବସାୟ ପାଇଁ ସମ୍ମାନିତ ହୋଇଥିଲେ । ଜିଲ୍ଲାର ପଦ୍ମପୁର, ଗୁଣପୁର, ରାୟଗଡା ବିଡିଓ ମାନଙ୍କୁ ଉନ୍ନୟନ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟକାରିତା ପାଇଁ ସମ୍ମାନିତ କରାଯାଇଥିଲା ।
ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।