ତିନି ବଖରା ଘର ପୋଡ଼ି ପାଉଁଶ।

ନୟାଗଡ ;ତା-୨୨/୦୫(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନେଲିଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ନେଲିଗୁଡା ଗ୍ରାମର ସ୍ବର୍ଗତ ଦୁର୍ୟୋଧନ ନାଏକ ଙ୍କ ପୁତ୍ର ଦୁଃଶାସନ ନାଏକ ଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ତେବେ କଳହ ରୁ ଏଭଳି ଘଟିଛି ବୋଲି ଶୁଣିବାକୁ ମିଳିଛି। କେହି ନିଆଁ ଜାଣି ଶୁଣି ଲଗାଇଥିବା ଶୁଣାଯାଉଛି।ତେବେ ରାଗ ର ଚରମ ସୀମାରେ ପହଁଚିଲେ କେତେ ଯେ କ୍ଷତି ତାହା ସ୍ପଷ୍ଟ ଅନୁମେୟ। ଦଶପଲ୍ଲା ଦମକଳ ବାହିନୀ ତୁରନ୍ତ ପହଂଚି ନିଆଁ କୁ ଆୟତ୍ତ କରିଛି। ଏ ନେଇ ଅଧିକ ସୂଚନା ମିଳିପାରିନାହିଁ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *